ସୁନା-ରୂପା ମୂଲ୍ୟ ବୃଦ୍ଧି,ଚିନ୍ତାରେ ଗ୍ରାହକ

ସୁନା-ରୂପା ମୂଲ୍ୟ ବୃଦ୍ଧି,ଚିନ୍ତାରେ ଗ୍ରାହକ
Samaya Live News Picture
Published On

ଭୁବନେଶ୍ୱର : ସୁନା ବଜାରରେ ଅସ୍ଥିରତା । ପୁଣି ବଢ଼ିଲା ସୁନା-ରୁପା ମୂଲ୍ୟ । ଲଗାତାର ୪ ଦିନ ଧରି ମୂଲ୍ୟ ହ୍ରାସ ହେଉଥିବା ବେଳେ ଆଜି ଏକା ଥରେ ୬ ହଜାରରୁ ଉର୍ଦ୍ଧ୍ବ ବଢିଛି ସୁନା ମୂଲ୍ୟ I ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୧,୬୦,୫୩୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୭,୧୫୦ ଟଙ୍କା ଛୁଇଁଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨୦ ହଜାର ତାଙ୍କ ବୃଦ୍ଧି ପାଇ ୩,୨୦,୦୦୦ ଟଙ୍କା ହୋଇଛି ।

ଆଜି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୬୦,୫୩୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୪୭,୧୫୦ ଟଙ୍କାକୁ ପହଞ୍ଚିଛି । ସେହିପରି ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୧,୬୦,୫୩୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୧,୪୭,୧୫୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୧,୬୦,୬୮୦ ଟଙ୍କା ଓ ୨୨ କ୍ୟାରେଟ୍ ୧,୪୭,୩୦୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୧,୬୦,୫୩୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୧,୪୭,୧୫୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୧,୬୦,୫୩୦ ଓ ୧,୪୭,୧୫୦ ଟଙ୍କା ରହିଛି । 

ଜାନୁଆରୀରେ ସୁନା ଏବଂ ରୂପା ମୂଲ୍ୟରେ ଆଶ୍ଚର୍ଯ୍ୟଜନକ ବୃଦ୍ଧି ଘଟିଥିଲା। ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା, ବିଶ୍ୱ ବାଣିଜ୍ୟକୁ ନେଇ ଅନିଶ୍ଚିତତା ଏବଂ ଦୁର୍ବଳ ମୁଦ୍ରା ଏକ ସୁରକ୍ଷିତ ସମ୍ପତ୍ତି ଭାବରେ ସୁନାର ଚାହିଦାକୁ ପ୍ରୋତ୍ସାହିତ କରିଛି। ଫଳସ୍ୱରୂପ, ମାତ୍ର କିଛି ସପ୍ତାହ ମଧ୍ୟରେ ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୋଇଥିଲା । ଜାନୁଆରୀ ୨୯  ତାରିଖରେ ଭାରତରେ ୨୪ -କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ଗ୍ରାମ ୧୭ ,୮୮୫ ଟଙ୍କାର ସର୍ବକାଳୀନ ସର୍ବାଧିକ ସ୍ତରରେ ପହଞ୍ଚିଥିଲା । ଏହା ମାତ୍ର ଛଅ ଦିନ ମଧ୍ୟରେ ପ୍ରାୟ ୨,୪୯୨  ଟଙ୍କା ହ୍ରାସ ପାଇଥିଲା, ପ୍ରତି ୧୦ ଗ୍ରାମ ୨୪ ,୯୨୦ ଟଙ୍କାରେ ପହଞ୍ଚିଥିଲା। 

Tags: