ଆମଦାନୀ ଶୁଳ୍କ ବୃଦ୍ଧି ପରେ ଝଟକା ଦେଲା ସୁନା- ରୂପା , ଜାଣନ୍ତୁ ବଜାର ଦର

ଆମଦାନୀ ଶୁଳ୍କ ବୃଦ୍ଧି ପରେ ଝଟକା ଦେଲା ସୁନା- ରୂପା , ଜାଣନ୍ତୁ ବଜାର ଦର
Samaya Live News Picture
Published On

ଭୁବନେଶ୍ୱର : ଆମଦାନୀ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଅହେତୁକ ଭାବରେ ବୃଦ୍ଧି ପାଇଛି ସୁନା-ରୁପା ଦର । ବିବାହ ଋତୁରେ ପୁଣି ଥରେ ଗ୍ରାହକଙ୍କୁ ନିରାଶ କରିଛି ସୁନା ଦର । ଆଜି ରୁପା ଦର କେଜି ପିଛା ପ୍ରାୟ ୧୯ ହଜାର ଟଙ୍କା ବୃଦ୍ଧି ପାଇ ୩ ଲକ୍ଷ ଟଙ୍କା ପାଖାପାଖି ଥିବାବେଳେ  ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପିଛା ୧୩ ହଜାର ଟଙ୍କା ବୁଧବାର ବୃଦ୍ଧି ପାଇଛି । ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୬୭,୮୯୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୫୩, ୯୦୦ ଟଙ୍କା ଛୁଇଁଛି ।

ସେହିପରି ରାଜଧାନୀ ଭୁବନଶେ୍ବରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୬୭,୮୯୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ହଜାର ୧,୫୩, ୯୦୦ ଟଙ୍କାକୁ ପହଞ୍ଚିଛି । 

ଗତକାଲି ୨୨ କ୍ୟାରେଟ୍ ସୁନା ଦର ଗ୍ରାମ୍ ପିଛା ୧୪ ହଜାର ୧୬୦ ଟଙ୍କା ରହିଥିଲା । ଆଜି ତାହା ୧୫ ହଜାର ୪୬୦ ଟଙ୍କାରେ ପହଞ୍ଚିଛି । ଅର୍ଥାତ୍ ଗୋଟିଏ ଗ୍ରାମ୍ ସୁନା ପିଛା ଦର ୧୩ ଶହ ଟଙ୍କା ବଢ଼ିଛି । 

ବଜାର ବିଶେଷଜ୍ଞଙ୍କ ମତରେ, ସୁନା-ରୁପା ମହଙ୍ଗା ପଛର କାରଣ ସରକାର ଉଭୟ ଧାତୁ ଆମଦାନୀ ଉପରେ ଶୁଳ୍କ ବୃଦ୍ଧି କରିବା । କମୋଡିଟି ଏକ୍ସପର୍ଟ ଅଜୟ କେଡିଆ କହିଛନ୍ତି, "ସୁନା-ରୁପା ଉପରେ ଆମଦାନୀ ଶୁଳ୍କ ୬ରୁ ୧୫ ପ୍ରତିଶତକୁ ବଢ଼ିଛି । ଯାହାର ପ୍ରଭାବ କମୋଡିଟି ବଜାରରେ ପଡ଼ିଛି । ଫଳରେ ସୁନା ଓ ରୁପା ପ୍ରାୟ ୬ ପ୍ରତିଶତ ମହଙ୍ଗା ହୋଇଛି ।"

 

Tags: