ବଢ଼ିଲା ସୁନା-ରୁପା ଦର

ବଢ଼ିଲା ସୁନା-ରୁପା ଦର
Samaya Live News Picture
Published On

ଭୁବନେଶ୍ୱର : ଲଗାତାର ୩ଦିନ ଧରି  ସୁନା-ରୁପା ଦରରେ ବ୍ୟାପକ ମୂଲ୍ୟ ହ୍ରାସ ପରେ ଆଜି ପୁଣି ଥରେ ବଢିଛି ସୁନା ଦର । ଗ୍ରାହକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଥିବାବେଳେ ଆଜି ପୁଣି ଚିନ୍ତା ବଢ଼ିଛି ସୁନା ଦର । ଇଣ୍ଡିଆ ବୁଲିୟନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ ଆଜି ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ମୂଲ୍ୟ ୫,୦୦୦ ବୃଦ୍ଧି ପାଇ ₹୧.୪୫ ଲକ୍ଷରେ ପହଞ୍ଚିଛି । ଗତକାଲି ଏହା ୧ଲକ୍ଷ ୪୦ ହଜାର ଥିଲା । ସେହିଭଳି ୨୨ କ୍ୟାରେଟ୍ ସୁନା ମୂଲ୍ୟ ପ୍ରତି ୪ ହଜାର ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ ପ୍ରତି ୧,୩୨,୪୯୩ ଟଙ୍କା ରହିଛି । ଗତକାଲି ସଂଧ୍ୟାସୁଦ୍ଧା ଏହା ୧ଲକ୍ଷ ୨୮ହଜାର ରହିଥିଲା । ସେହିଭଳି ରୂପ କିଲୋପ୍ରତି ୧୧ ହଜାର ଟଙ୍କା ବୃଦ୍ଧି ପାଇ ୨.୩୪ ଲକ୍ଷରେ ପହଞ୍ଚିଛି। 

Tags: