୨ୟ ଦିନରେ ହ୍ରାସ ପାଇଲା ସୁନା-ରୁପା ଦର

୨ୟ ଦିନରେ ହ୍ରାସ ପାଇଲା ସୁନା-ରୁପା ଦର
Samaya Live News Picture
Published On

ଭୁବନେଶ୍ୱର : ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି । ଲଗାତାର ୨ୟ ଦିନ ପାଇଁ ସୁନା-ରୁପା ଦରରେ ହ୍ରାସ । ଗତକାଲି ଭଳି ଆଜି ମଧ୍ୟ ୨୪କ୍ୟାରେଟ ସୁନାର ଦର ୧୦ଗ୍ରାମ୍‌ ପ୍ରତି ୧୫୩୦ଟଙ୍କା ହ୍ରାସ ପାଇ ୧ଲକ୍ଷ ୫୫ହଜାର ୬୦୦ଟଙ୍କାରେ ପହଞ୍ଚିଛି । ଗତକାଲି ୨୪କ୍ୟାରେଟ ସୁନାର ଦାମ୍‌ ୧ଲକ୍ଷ ୫୬ହଜାର ୫୯୦ଟଙ୍କା ରହିଥିଲା । 

ସେହିପରି ୨୨କ୍ୟାରେଟ ସୁନାର ଦାମ୍‌ ଆଜି ୧୪ଶହ ଟଙ୍କା ଶସ୍ତା ହୋଇଛି । ୨୨କ୍ୟାରେଟ ସୁନାର ଦାମ୍‌ ୧ଲକ୍ଷ ୪୨ହଜାର ୧୫୦ ଟଙ୍କା ହୋଇଛି । ଗତକାଲି ଏହାର ଦାମ୍‌ ୧ଲକ୍ଷ ୪୩ହଜାର ୫୫୦ଟଙ୍କା ରହିଥିଲା ।

ଅନ୍ୟପଟେ ରୂପା ଦର ମଧ୍ୟ ହ୍ରାସ ପାଇଛି । ଗତକାଲି ଠାରୁ ଆଜି ରୂପା ଦର କିଲୋ ପିଛା ୮ହଜାର ଟଙ୍କା ହ୍ରାସ ପାଇ କିଲୋଗ୍ରାମ୍‌ ପ୍ରତି ୨ଲକ୍ଷ ୬୦ ହଜାର ଟଙ୍କା ହୋଇଛି । ଗତକାଲି ରୂପା କିଲୋ ପିଛା ୨ଲକ୍ଷ ୬୮ହଜାର ଟଙ୍କା ରହିଥିଲା । 

ଲଗାତାର କିଛି ଦିନ ଧରି ଲଗାତାର ସୁନା ବଜାରରେ ଅସ୍ଥିରତା ଲାଗି ରହିବାରୁ ଗ୍ରାହକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । 
 

Tags: