ପୁଣି ହ୍ରାସ ପାଇଲା ସୁନା - ରୂପା ଦର
ସପ୍ତାହକରେ ରୁପା ୨୦ ହଜାର ଏବଂ ସୁନା ୭ ହଜାର କମିଲା
ଭୁବନେଶ୍ୱର : ନଭେମ୍ବର ମାସରେ ଲଗାତାର ହ୍ରାସ ପାଉଛି ସୁନା - ରୂପା ଦର । ଗତ ସପ୍ତାହକ ମଧ୍ୟରେ ସୁନା ଦର ୧୦ ଗ୍ରାମ ପ୍ରତି କ୍ରମାଗତ ଭାବରେ ୭ ହଜାର ହ୍ରାସ ପାଇଥିବାବେଳେ ରୁପା ଦର ମଧ୍ୟ କିଲୋପ୍ରତି ୨୦ହଜାର ଟଙ୍କା କମିଛି । ଆଜି ବଜାରରେ ସୁନା ଦର ରହିଛି :
ସ୍ଥାନୀୟ ବଜାର ତଥ୍ୟ ଅନୁଯାୟୀ ଭୁବନେଶ୍ୱର ଓ କଟକରେ ଆଜିର ସର୍ବଶେଷ ଦର ନିମ୍ନରେ ଦିଆଗଲା:
ଆଜି ର ଦର,ଗତକାଲି ତୁଳନାରେ ପରିବର୍ତ୍ତନ
୨୪ କ୍ୟାରେଟ୍ ସୁନା (99.9%) ୧୦ ଗ୍ରାମ୍ ₹୧,୩୬,୮୦୦ ₹୮୨୦ ହ୍ରାସ
୨୨ କ୍ୟାରେଟ୍ ସୁନା (91.6%) ୧୦ ଗ୍ରାମ୍ ₹୧,୨୫,୪୦୦ ₹୭୫୦ ହ୍ରାସ
୧୮ କ୍ୟାରେଟ୍ ସୁନା (75%) ୧୦ ଗ୍ରାମ୍ ₹୧,୦୨,୬୦୦ ₹୬୨୦ ହ୍ରାସ
ରୂପା (Silver) ୧ କିଲୋଗ୍ରାମ ₹୧,୯୦,୦୦୦ ₹୫,୦୦୦ ହ୍ରାସ
ଆମେରିକାରେ ମୁଦ୍ରାସ୍ଫୀତି ବୃଦ୍ଧି ଏବଂ ଫେଡେରାଲ ରିଜର୍ଭ ଦ୍ୱାରା ସୁଧ ହାର ଅଧିକ ରହିବା ଆଶଙ୍କା ଯୋଗୁଁ ବିଶ୍ୱ ବଜାରରେ ସୁନା ଓ ରୂପା ଉପରେ ଚାପ ବଢ଼ିଛି ।
ସ୍ପଟ୍ ମାର୍କେଟରେ ଚାହିଦା କମିବା ଏବଂ ନିବେଶକମାନେ ମୁନାଫା ଉଠାଇବା ଫଳରେ MCX ଫ୍ୟୁଚର୍ସ ବଜାରରେ ମୂଲ୍ୟ ଖସିଛି । ବିବାହ ଋତୁ ଚାଲିଥିବା ବେଳେ କ୍ରମାଗତ ଭାବେ ସୁନା ଓ ରୂପା ଦର ଖସିବା ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଆଣିଦେଇଛି ।




