ଭାରତ ବନ୍ଦ ଡାକରା ଯୋଗୁଁ ଘୁଞ୍ଚିଲା ଜିଏନଏମ ପରୀକ୍ଷା
By: Samaya Live News
ଭୁବନେଶ୍ୱର : ବନ୍ଦ ଡାକରା ଯୋଗୁଁ ସ୍ଥଗିତ ରହିଲା ପରୀକ୍ଷା । ଆଜି ହେବାକୁ ଥିବା ଜିଏନଏମ ବାର୍ଷିକ ପରୀକ୍ଷାକୁ ଭାରତ ବନ୍ଦ ଯୋଗୁଁ ଘୁଞ୍ଚାଇ ଦିଆଯାଇଛି । କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏବଂ ବ୍ୟାଙ୍କ ସଂଘ ପକ୍ଷରୁ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ବିଜ୍ଞପ୍ତି ଅନୁଯାୟୀ, ଫେବୃଆରୀ ୧୨ ତାରିଖରେ ହେବାକୁ ଥିବା ଜିଏନଏମ ଦ୍ୱିତୀୟ ବର୍ଷର ମେଣ୍ଟାଲ ହେଲଥ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଏହି ପରୀକ୍ଷା ଏବେ ଫେବୃଆରୀ ୧୬ ତାରିଖ ଦିନ ଅନୁଷ୍ଠିତ ହେବ । ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇ ଦିନ ୧ଟା ଯାଏଁ ଚାଲିବ । ପରୀକ୍ଷାର୍ଥୀମାନେ ଏହି ପରିବର୍ତ୍ତିତ ତାରିଖ ଅନୁଯାୟୀ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି ।
ସମ୍ବନ୍ଧିତ ଖବର ନକଲି ଡାକ୍ତର ଗିରଫ
Tags:



