ଗିଡ଼ିବାପାଲି ଉଦ୍ଧାର କାର୍ଯ୍ୟ ବନ୍ଦ
କନ୍ଧମାଳ : ଗିଡ଼ିବାପାଲି ଭୂସ୍ଖଳନ ନିଖୋଜଙ୍କ ଉଦ୍ଧାରକାର୍ଯ୍ୟ ବନ୍ଦ । ଆଜି ଠାରୁ ଖୋଜିବା କାମ ରଖିଲା ପ୍ରଶାସନ । ବାତ୍ୟା ଅର୍ଣ୍ଣବ ପରେ ଅକ୍ଟୋବର ୨୮ରୁ ଭୂସ୍ଖଳନରେ ନିଖୋଜ ଥିଲେ ୧୩ଜଣ ।ସେମାନଙ୍କ ମଧ୍ୟରୁ ଗୋଟିଏ ପରିବାରର ୫ଜଣଙ୍କ ସମେତ ମୋଟ ୭ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଆଉ ୬ଜଣଙ୍କର ପତ୍ତା ମିଳିପାରି ନାହିଁ ।
Tags:




