ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ପାଇଁ ଆଜି ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
By: Samaya Live News
ଭୁବନେଶ୍ବର: ଶ୍ରୀମନ୍ଦିରରେ ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି । ଶ୍ରଦ୍ଧାଳୁଙ୍କ ପାଇଁ ୫ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଦତ୍ତ ମହାପାତ୍ର ସେବକମାନେ ଶ୍ରୀବିଗ୍ରହ ଶୃଙ୍ଗାର କରିବେ । ଦ୍ୱିତୀୟ ଭୋଗମଣ୍ଡପ ପରେ ଏହି ନୀତି ଆରମ୍ଭ ହେବ । ଏଥିପାଇଁ ସନ୍ଧ୍ୟା ୫ଟାରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ସମ୍ବନ୍ଧିତ ଖବର ଡେଡ଼ ଲାଇନ ପୂର୍ବରୁ ଓଡିଶା ହେବ ମାଓମୁକ୍ତ - ଡିଜିପି
ବୁଧବାର ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଅପରାହ୍ମ ୫ଟାରୁ ବନକଲାଗି ନୀତି ଆରମ୍ଭ ହୋଇ ରାତି ୧୦ଟା ଯାଏଁ ଅନୁଷ୍ଠିତ ହେବ । ରାତି ୧୦ଟା ପରେ ସର୍ବସାଧାରଣ ଦର୍ଶନ ସ୍ୱାଭାବିକ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ସମ୍ବନ୍ଧିତ ଖବର ଆଗାମୀ ଦିନରେ ଅଧିକ ତୀବ୍ର ହେବ ଭିଜିଲାନ୍ସ ଚଢ଼ାଉ - ମନ୍ତ୍ରୀ
Tags:



