ଗଞ୍ଜାମ ଜିଲ୍ଲା ସର୍ବାଧିକ ପ୍ରଭାବିତ - ଏସଆରସି

ଗଞ୍ଜାମ ଜିଲ୍ଲା ସର୍ବାଧିକ ପ୍ରଭାବିତ  - ଏସଆରସି
Samaya Live News Picture
Published On

ଭୁବନେଶ୍ବର : ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା କଲେ ଏସଆରସି । ବାତ୍ୟା ଅକଭାନ୍ ଯୋଗୁଁ ସର୍ବାଧିକ ପ୍ରଭାବିତ ହୋଇଛି ଗଞ୍ଜାମ ଜିଲ୍ଲା । ଜିଲ୍ଲାର ୪ଟି ବ୍ଲକ୍ ସର୍ବାଧିକ ପ୍ରଭାବିତ ହୋଇଛି ବୋଲି ଆଜି ଏକ ପ୍ରେସ ମିଟରେ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ୍ । ସେ କହିଛନ୍ତି, ପୂର୍ବାନୁମାନ ଅନୁସାରେ ବାତ୍ୟାର ପ୍ରଭାବ କମ୍ ରହିଲା । କେଉଁଠି ଚିନ୍ତାଜନକ ସ୍ଥିତି ନାହିଁ । ଗଞ୍ଜାମ ଜିଲ୍ଲାରେ ଅଧିକ ପ୍ରଭାବ ପଡ଼ିଛି । ୪ଟି ବ୍ଲକରେ ୨୦୦ ମି.ମି.ରୁ ଅଧିକ ବର୍ଷା ହୋଇଛି । କିଛି ସ୍ଥାନରେ ଜଳବନ୍ଦୀ ସ୍ଥିତି ଦେଖାଦେଇଛି । ଚାଷ ଜମି କ୍ଷୟକ୍ଷତି ହୋଇଛି, ଆକଳନ ଆରମ୍ଭ ହେବ । ତେବେ ଗଞ୍ଜାମରେ ବନ୍ୟା ସ୍ଥିତି ଉପୁଜି ନାହିଁ ।

ବାତ୍ୟା ପରବର୍ତ୍ତୀ ପ୍ରବଳ ବର୍ଷା ଓ ଋଷିକୂଲ୍ୟା ନଦୀରେ ଆସିଥିବା ବନ୍ୟା ଯୋଗୁଁ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହୋଇଛି। ଏଥିରେ ଗଞ୍ଜାମ ଜିଲ୍ଲାର ସର୍ବାଧିକ ଲୋକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ପାତ୍ରପୁର ବ୍ଲକରେ ରେକର୍ଡ ପରିମାଣର ବର୍ଷା (୫୪୬ ମିମି) ରେକର୍ଡ କରାଯାଇଛି ।  

ବାତ୍ୟାକୁ ଦୃଷ୍ଟିରେ ରଖି ଆଗୁଆ ପ୍ରସ୍ତୁତିକୁ ଜୋରଦାର କରାଯାଇଥିଲା । ଗଞ୍ଜାମ, ଗଜପତି, ପୁରୀ, ଜଗତସିଂପୁର, କେନ୍ଦ୍ରାପଡ଼ା ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଥିଲା । ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପରାମର୍ଶକୁ ଲୋକ ମାନିଛନ୍ତି । ଲୋକଙ୍କୁ ସବୁ ଶ୍ରେୟ ଯାଉଛି । ସବୁ ବିଭାଗ ଟିମ୍ ସ୍ପିରିଟ୍‌ରେ କାମ କରିଛି । ବାତ୍ୟାର ଯାହା ପୂର୍ବାନୁମାନ କରାଯାଇଥିଲା ପ୍ରଭାବ କମ୍ ରହିଲା । ଲ୍ୟାଣ୍ଡଫଲ୍ କରିବା ପରେ ବର୍ଷା ହୋଇଛି । ରାସ୍ତା, ଜଳସେଚନ, ଭିତ୍ତିଭୂମି ସୁଦୃଢ଼ୀକରଣ ଉପରେ ଫୋକସ୍ କରାଯାଉଛି । ଦୀର୍ଘମିଆଦୀ ଯୋଜନା କରାଯାଉଛି । ଭୂସ୍ଖଳନ ବର୍ତ୍ତମାନ ବଡ଼ ବିପର୍ଯ୍ୟୟ ପାଲଟିଛି ।

ବାତ୍ୟା ଅର୍ଣ୍ଣବ ପରେ ଭୂସ୍ଖଳନ ପାଇଁ ଅଧିକ ବ୍ୟବସ୍ଥା କରାଯାଇଥିଲା । ସମ୍ବେଦନଶୀଳ ସ୍ଥାନରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାୟ ୧.୫୪ ଲକ୍ଷ ଲୋକଙ୍କୁ ସୁରକ୍ଷିତ ଭାବେ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ଭୂସ୍ଖଳନ ବାବଦରେ ଅନୁଧ୍ୟାନ ପାଇଁ ଉତ୍ତରାଖଣ୍ଡ ଗୋଟେ ଟିମ୍ ଯାଇଥିଲା । ବିପର୍ଯ୍ୟୟ ପରିଚାଳନା ଟିମ୍ ସହ ଆଲୋଚନା କରିଥିଲା ଓଡ଼ିଶା ଟିମ୍ । ଲ୍ୟାଣ୍ଡସ୍ଲାଇଡ୍ ପାଇଁ ଯେଉଁ ପଦକ୍ଷେପ ନେଉଛନ୍ତି ତାହା ଉପରେ ଓଡ଼ିଶା ଟିମ୍ ଅନୁଧ୍ୟାନ କରିଛି । ହିମାଚଳ ପ୍ରଦେଶ ଗୋଟେ ଟିମ୍ ଯିବ । ଅନୁଧ୍ୟାନ ପରେ ପଦକ୍ଷେପ ନିଆଯିବ ବୋଲି ଏସ୍ଆର୍‌ସି କହିଛନ୍ତି ।

Tags: