ଅନ୍ତ୍ୟୋଦୟ ଯୋଜନାରେ ଗଞ୍ଜାମ ଏବଂ ମୟୁରଭଞ୍ଜ ଜିଲ୍ଲାକୁ ମିଳିଛି ସର୍ବାଧିକ ଗୃହ

ଅନ୍ତ୍ୟୋଦୟ ଯୋଜନାରେ ଗଞ୍ଜାମ ଏବଂ ମୟୁରଭଞ୍ଜ ଜିଲ୍ଲାକୁ ମିଳିଛି ସର୍ବାଧିକ ଗୃହ

ଭୁବନେଶ୍ଵର : ଅନ୍ତ୍ୟୋଦୟ ଯୋଜନାରେ ଗୃହ ଆବଣ୍ଟନକୁ ନେଇ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ପଞ୍ଚାୟତି ରାଜ ମନ୍ତ୍ରୀ ରବି ନାୟକ । ସେ କହିଛନ୍ତି ୨୦୨୪-୨୫ ଓ ୨୦୨୫-୨୬ ବର୍ଷ ପାଇଁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ନଭେମ୍ବର ସୁଦ୍ଧା ମଞ୍ଜୁର ହୋଇଛି ୧ ଲକ୍ଷ ୫୮ ହଜାର ୫୦୯ ଘର । ୨୦୨୪-୨୫ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଞ୍ଜୁର ହୋଇଛି ଏକ ଲକ୍ଷ ୨ ହଜାର ୭୦୪ ଘର । ଏଥିମଧ୍ୟରୁ ଗଞ୍ଜାମ ଓ ମୟୁରଭଞ୍ଜ ଜିଲ୍ଲାକୁ ମିଳିଛି ସର୍ବାଧିକ ଘର । ଦୁଇ ବର୍ଷ ଭିତରେ ଏହି ଦୁଇ ଜିଲ୍ଲାକୁ ମିଳିଛି ୧୧ ହଜାରରୁ ଅଧିକ ଘର । ସେହିପରି ସୁନ୍ଦରଗଡ଼କୁ ଦିଆଯାଇଛି ୯ ହଜାରରୁ ଅଧିକ ଘର । ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ । 

Read More ଯାଜପୁର ପୋଲିସ ହାତରେ ଧରାପଡ଼ିଲେ ୧୪ କୁଖ୍ୟାତ ଡକାୟତ

ସେହିପରି,ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନୂଆପଡ଼ାକୁ ସର୍ବାଧିକ ୧୨ ହଜାର ଘର ଯୋଗାଇ ଦିଆଯାଇଛି। ଭଦ୍ରକ ଓ ନବରଙ୍ଗପୁର ଯଥାକ୍ରମେ ଦ୍ଵିତୀୟ ଓ ତୃତୀୟ ସର୍ବାଧିକ ଘର ପାଇଛନ୍ତି । ଆଗକୁ ଗ୍ରାମୀଣ ଗୃହ ନିର୍ମାଣର ସହାୟତା ବୃଦ୍ଧି ହୋଇ ପାରେ ବୋଲି ମନ୍ତ୍ରୀ କହିଛନ୍ତି। 

Read More ଡିସେମ୍ବର ୩୧ ଯାଏଁ ଇ-କେୱାଇସି ବୃଦ୍ଧି

 

Read More   ରମାଦେବୀ

Tags: