ଅନ୍ତ୍ୟୋଦୟ ଯୋଜନାରେ ଗଞ୍ଜାମ ଏବଂ ମୟୁରଭଞ୍ଜ ଜିଲ୍ଲାକୁ ମିଳିଛି ସର୍ବାଧିକ ଗୃହ

ଅନ୍ତ୍ୟୋଦୟ ଯୋଜନାରେ ଗଞ୍ଜାମ ଏବଂ ମୟୁରଭଞ୍ଜ ଜିଲ୍ଲାକୁ ମିଳିଛି ସର୍ବାଧିକ ଗୃହ

ଭୁବନେଶ୍ଵର : ଅନ୍ତ୍ୟୋଦୟ ଯୋଜନାରେ ଗୃହ ଆବଣ୍ଟନକୁ ନେଇ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ପଞ୍ଚାୟତି ରାଜ ମନ୍ତ୍ରୀ ରବି ନାୟକ । ସେ କହିଛନ୍ତି ୨୦୨୪-୨୫ ଓ ୨୦୨୫-୨୬ ବର୍ଷ ପାଇଁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ନଭେମ୍ବର ସୁଦ୍ଧା ମଞ୍ଜୁର ହୋଇଛି ୧ ଲକ୍ଷ ୫୮ ହଜାର ୫୦୯ ଘର । ୨୦୨୪-୨୫ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଞ୍ଜୁର ହୋଇଛି ଏକ ଲକ୍ଷ ୨ ହଜାର ୭୦୪ ଘର । ଏଥିମଧ୍ୟରୁ ଗଞ୍ଜାମ ଓ ମୟୁରଭଞ୍ଜ ଜିଲ୍ଲାକୁ ମିଳିଛି ସର୍ବାଧିକ ଘର । ଦୁଇ ବର୍ଷ ଭିତରେ ଏହି ଦୁଇ ଜିଲ୍ଲାକୁ ମିଳିଛି ୧୧ ହଜାରରୁ ଅଧିକ ଘର । ସେହିପରି ସୁନ୍ଦରଗଡ଼କୁ ଦିଆଯାଇଛି ୯ ହଜାରରୁ ଅଧିକ ଘର । ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ । 

Read More ଜଙ୍ଗଲ ନିଆଁକୁ ରୋକୁଛି AI - ମନ୍ତ୍ରୀ

ସେହିପରି,ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନୂଆପଡ଼ାକୁ ସର୍ବାଧିକ ୧୨ ହଜାର ଘର ଯୋଗାଇ ଦିଆଯାଇଛି। ଭଦ୍ରକ ଓ ନବରଙ୍ଗପୁର ଯଥାକ୍ରମେ ଦ୍ଵିତୀୟ ଓ ତୃତୀୟ ସର୍ବାଧିକ ଘର ପାଇଛନ୍ତି । ଆଗକୁ ଗ୍ରାମୀଣ ଗୃହ ନିର୍ମାଣର ସହାୟତା ବୃଦ୍ଧି ହୋଇ ପାରେ ବୋଲି ମନ୍ତ୍ରୀ କହିଛନ୍ତି। 

Read More ଗୃହରେ ଉଠିଲା ସ୍କୁଲ ଡ୍ରପ ଆଉଟ୍ ପ୍ରସଙ୍ଗ,ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ

 

Read More ଉଡ଼ାଣରେ ବିଳମ୍ବ ଯୋଗୁଁ ଭୁବନେଶ୍ୱର ବିମାନ ବନ୍ଦରରେ ଉତ୍ତେଜନା

Tags: