ଗଞ୍ଜେଇ ଚାଲାଣ, ୨ ମହିଳାଙ୍କ ସମେତ ୪ ଗିରଫ

ଗଞ୍ଜେଇ ଚାଲାଣ, ୨ ମହିଳାଙ୍କ ସମେତ ୪ ଗିରଫ
Samaya Live News Picture
Published On

ଭୁବନେଶ୍ୱର : ଗଞ୍ଜେଇ ଚାଲାଣ ବେଳେ ଦମ୍ପତି ଫିରାଫ । କନ୍ଧମାଳରୁ ଭୁବନେଶ୍ୱରକୁ ଗଞ୍ଜେଇ ଚାଲାଣ କରି ୨ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଏହି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଥିଲେ  ଜଣେ ମହିଳା ଏବଂ ତାଙ୍କ ସ୍ୱାମୀ । ନୟାଗଡ଼ ଠାରେ ‘ଲୈଲା ମଜନୁ’ ଗ୍ୟାଙ୍ଗକୁ କାବୁ କରିବା ସହ ୭୦ କେଜି ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ ।

କନ୍ଧମାଳରୁ ଭୁବନେଶ୍ୱରକୁ ଭାୟା ନୟାଗଡ଼ ଦେଇ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଅବକାରୀ ବିଭାଗ ପାଖରେ ଗୁପ୍ତ ସୂଚନା ରହିଥିଲା । ଏହି ସୂଚନା ଆଧାରରେ ଅବକାରୀ ଟିମ୍ ନୟାଗଡ଼ ଅଞ୍ଚଳରେ ଛକି ରହିଥିଲେ । ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଦାମୀ କାରକୁ ଅଟକାଇବାକୁ ଚେଷ୍ଟା କରିବା ବେଳେ ଚାଲାଣକାରୀମାନେ ଖସି ପଳାଇବାକୁ ଚେଷ୍ଟା କରିଥିଲେ । ତେବେ ଅବକାରୀ ବିଭାଗ ଗୋଡ଼ା ଗୋଡ଼ି କରି ଶେଷରେ ସେମାନଙ୍କୁ ମାଡ଼ି ବସିଥିଲା । ଖାନତଲାସୀ ସମୟରେ ଗାଡ଼ି ଭିତରୁ ପ୍ରାୟ ୭୦ କିଲୋ ଗଞ୍ଜେଇ ମିଳିଥିଲା । ଏହି ଘଟଣାରେ ଅବକାରୀ ବିଭାଗ ଦୁଇ ଜଣ ମହିଳା ଏବଂ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି । ଏହା ସହିତ ଗଞ୍ଜେଇ ଚାଲାଣରେ ବ୍ୟବହୃତ ଦୁଇଟି ଦାମୀ କାର୍ ମଧ୍ୟ ଜବତ କରାଯାଇଛି ।

 

Tags: