ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ଫୁଲ ଡ୍ରେସ ରିହର୍ସାଲ , ଭାଗ ନେଇଛନ୍ତି ୫୧ଟି କଣ୍ଟିଜେଣ୍ଟ

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ଫୁଲ ଡ୍ରେସ ରିହର୍ସାଲ , ଭାଗ ନେଇଛନ୍ତି ୫୧ଟି କଣ୍ଟିଜେଣ୍ଟ
Samaya Live News Picture
Published On

ଭୁବନେଶ୍ୱର : ଦିନକ ପରେ ଦେଶ ପାଳିବ ୮୦ତମ ସ୍ବାଧୀନତା ଦିବସ । ରାଜଧାନୀ ମହାତ୍ମା ଗାନ୍ଧୀ ମାର୍ଗରେ ଆସନ୍ତା ଶନିବାର ସ୍ବାଧୀନତା ଦିବସ ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ଗାନ୍ଧୀ ମାର୍ଗରେ ୨ଦିନ ଧରି ବିଭିନ୍ନ ବିଭାଗରେ ପରେଡ ପ୍ରାକ୍ଟିସ ଜାରି ରହିଥିବାବେଳେ ଆଜି ଭାଗନେଇଥିବା ୫୧ଟି କଣ୍ଟିଜେଣ୍ଟ ର ହୋଇଛି ଫୁଲ ଡ୍ରେସ ରିହର୍ସାଲ । ଏଥିପାଇଁ ଆଜି (ଗୁରୁବାର) ସକାଳ ୮ଟା ୩୦ରୁ ୧୧ଟା ୩୦ ଯାଏ ସେଠାରେ ଫୁଲ୍ ଡ୍ରେସ୍ ଅଭ୍ୟାସ ପରେଡ୍ ହୋଇଛି। କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରେଡରେ ଅଭିବାଦନ ଗ୍ରହଣ କରିବା ସହ ତଦାରଖ କରିଥିଲେ। ପୋଲିସ କମିଶନର ସୁରେଶ ଦେବଦର ସିଂଙ୍କ ସମେତ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ପରେଡ କମାଣ୍ଡର ଭାବେ ବାଲିଗୁଡା ଏସଡିପିଓ ଭାବେ କାର୍ଯ୍ୟ କରୁଥିବା ୨୦୨୨ ବ୍ୟାଚର ଆଇପିଏସ୍ ଅଫିସର ଭୋସଲେ ଶୁଭମ ସଞ୍ଜୟଙ୍କ ନେତୃତ୍ୱ ନେଇଛନ୍ତି । 

ପ୍ରଥମ ଥର ଚଳିତ ବର୍ଷ ବନ୍ଦେ ମାତରମ ଦୁଇ ଥର ସହ ରାଷ୍ଟ୍ରୀୟ ସଙ୍ଗୀତ ମଧ୍ୟ ଦୁଇଥର ପରିବେଷଣ ହେବ । ସୁରକ୍ଷା ଦୃଷ୍ଟିରୁ ପରେଡ୍ ଗ୍ରାଉଣ୍ଡକୁ କଡା ସୁରକ୍ଷା ବଳୟରେ ରଖାଯାଇଛି । ଆଣ୍ଟି ଡ୍ରୋନ୍ ସିଷ୍ଟମ୍ ଓ ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍ କୁ ମଧ୍ୟ ନିୟୋଜିତ କରାଯାଇଛି । କମିଶନରେଟ୍ ପୋଲିସ ପକ୍ଷରୁ ଗାନ୍ଧୀମାର୍ଗ ଓ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏଥିପାଇଁ ୩୦ରୁ ଊର୍ଦ୍ଧ୍ଵ ପ୍ଲାଟୁନ୍ ପୋଲିସ ଫୋର୍ସ ବ୍ୟବସ୍ଥା କରାଯାଇଛି। ଭିଆଇପି ଓ ଭିଭିଆଇପି ଙ୍କ ଉପସ୍ଥିତିକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବଳୟ ଭିତରେ ପାଳନ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ । ପରେଡ୍ ପ୍ରସ୍ତୁତିର ସମୀକ୍ଷା ପାଇଁ ନିଜେ ଡିଜିପି ଉପସ୍ଥିତ ରହିବେ ।

ପରେଡକୁ ନିଖୁଣ ଓ ଆକର୍ଷଣୀୟ କରିବା ପାଇଁ ବିଶେଷ ଗୁରୁତ୍ୱ ଦିଆଯାଇଛି । ଏଥର ପରେଡ୍ ର ଆକର୍ଷଣ ବଢ଼ାଇବ ଛତିଶଗଡ଼ ପୋଲିସର ଏକ ଟିମ୍ । ଛତିଶଗଡ ସଶସ୍ତ୍ର ବଳର ନେତୃତ୍ୱ ନେଉଥିବା ମନୋଜ କୁମାର ଗୁପ୍ତ କହିଛନ୍ତି, ୨୦୨୩ ରେ ମଧ୍ୟ ଛତିଶଗଡ ପୋଲିସ ଓଡ଼ିଶା ଆସିଥିଲା । ପରେଡରେ ସାମିଲ ହୋଇ ବହୁତ ଭଲ ଅନୁଭବ ହେଉଛି ବୋଲି ମନୋଜ କହିଛନ୍ତି। 

Tags: