ମାଲବାହୀ ଟ୍ରେନ ଲାଇନଚ୍ୟୁତ
ରାଉରକେଲା : ମାଲବାହୀ ଟ୍ରେନ ଲାଇନଚ୍ୟୁତ । ଆଜି ସକାଳ ୭ ଟା ୪୫ ମିନିଟରେ ରାଉରକେଲା ବନ୍ଦମୁଣ୍ଡା ରେଳଷ୍ଟେସନ ଅଞ୍ଚଳରେ ଟ୍ରେନ ଲାଇନଚ୍ୟୁତ ହୋଇଛି । ଝାରସୁଗୁଡାର ଏକ୍ସଚେଞ୍ଜ ୟାର୍ଡରୁ ଏମସିଏଲକୁ ଟ୍ରେନ ଯାଉଥିବାବେଳେ ହାୱଡା-ମୁମ୍ବାଇ ଅପ୍ଲାଇନ୍ରେ ଟ୍ରେନର ଦୁଇଟି ୱାଗନ ଲାଇନଚ୍ୟୁତ ହୋଇଥିଲା । ମାଲବାହୀ ଟ୍ରେନର ପ୍ରେସର ସସପେନସନ୍ ସିଷ୍ଟମର ଏକ ଅଂଶ ହଠାତ୍ ଖସିପଡ଼ିଥିଲା । ଫଳରେ ଟ୍ରେନ ୧୦୦ ମିଟର ପର୍ଯ୍ୟନ୍ତ ଟାଣି ହୋଇଯିବା ଯୋଗୁଁ ଟ୍ରେନର ଦୁଇଟି କୋଚ୍ ଲାଇନଚ୍ୟୁତ ହୋଇଛି । ଖବର ପାଇବା ସହିତ ରେଲବାଇ ଅପରେଟିଂ,ଇଞ୍ଜିନିୟରିଂ ଓ କ୍ୟାରେଜ୍-ୱାଗନ୍ ବିଭାଗର କର୍ମଚାରୀ ଓ ଅଧିକାରୀମାନେ ଘଟଣାସ୍ଥଳକୁ ପହଞ୍ଚି ବଗି ଗୁଡିକୁ ଲାଇନରୁ ଉଦ୍ଧାର କରୁଛନ୍ତି ।
Tags:




