୧୫ରୁ ମାଗଣା ବୁଷ୍ଟର୍‌ ଡୋଜ୍‌

ଭୁବନେଶ୍ୱର: ଜୁଲାଇ ୧୩: ଚଳିତ ମାସ ୧୫ରୁ ମାଗଣା ବୁଷ୍ଟର ଡୋଜ୍‌ ଉପଲବ୍ଧ ହେବ । କୋଭିଡ ବୁଷ୍ଟର ଡୋଜର ଅଭିଯାନକୁ ତ୍ୱରାନ୍ୱିତ କରିବାର ଲକ୍ଷ୍ୟ ରଖି ଭାରତର ସ୍ୱାଧୀନତାର ୭୫ତମ ବାର୍ଷିକୀ ପାଳନ କରିବାକୁ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ଆଜାଦି କା ଅମୃତ ମହୋତ୍ସବ’ର ଏକ ଅଂଶ ଭାବରେ ଏହି ଅଭିଯାନ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ୭୫ଦିନିଆ ସ୍ୱତନ୍ତ୍ର ଅଭିଯାନ ଅନ୍ତର୍ଗତ ସରକାରୀ ଟିକାକରଣ କେନ୍ଦ୍ରରେ ୧୮-୫୯ବର୍ଷ ବୟସ ବର୍ଗର ଲୋକମାନେ […]

Samaya Live Picture
Published On

ଭୁବନେଶ୍ୱର: ଜୁଲାଇ ୧୩: ଚଳିତ ମାସ ୧୫ରୁ ମାଗଣା ବୁଷ୍ଟର ଡୋଜ୍‌ ଉପଲବ୍ଧ ହେବ । କୋଭିଡ ବୁଷ୍ଟର ଡୋଜର ଅଭିଯାନକୁ ତ୍ୱରାନ୍ୱିତ କରିବାର ଲକ୍ଷ୍ୟ ରଖି ଭାରତର ସ୍ୱାଧୀନତାର ୭୫ତମ ବାର୍ଷିକୀ ପାଳନ କରିବାକୁ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ଆଜାଦି କା ଅମୃତ ମହୋତ୍ସବ’ର ଏକ ଅଂଶ ଭାବରେ ଏହି ଅଭିଯାନ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ୭୫ଦିନିଆ ସ୍ୱତନ୍ତ୍ର ଅଭିଯାନ ଅନ୍ତର୍ଗତ ସରକାରୀ ଟିକାକରଣ କେନ୍ଦ୍ରରେ ୧୮-୫୯ବର୍ଷ ବୟସ ବର୍ଗର ଲୋକମାନେ କୋଭିଡ ଟିକାର ବୁଷ୍ଟର ମାଗଣାରେ ନେଇପାରିବେ ବୋଲି ସରକାରୀ ସୂତ୍ରରୁ ପ୍ରକାଶ କରାଯାଇଛି ।

ସୂଚନାଥାଉ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ୧୮-୫୯ବୟସ ବର୍ଗର ଥିବା ୭୭କୋଟିର ଜନସଂଖ୍ୟା ମଧ୍ୟରୁ ମାତ୍ର ୧ପ୍ରତିଶତରୁ କମ୍‌ ଲୋକେ ବୁଷ୍ଟର ଡୋଜ ନେଇଛନ୍ତି । ଏହା ସହ ୧୬କୋଟି ୬୦ବର୍ଷରୁ ଉର୍ଦ୍ଧ୍ୱ ଏବଂ କରୋନା ଯୋଦ୍ଧାଙ୍କ ମଧ୍ୟରୁ ୨୬ପ୍ରତିଶତ ଏପର୍ଯ୍ୟନ୍ତ ବୁଷ୍ଟର ଡୋଜ ନେଇସାରିଥିବା ଜଣାପଡ଼ିଛି । ତେଣୁ ସରକାର ୭୫ଦିନ ପାଇଁ ଏକ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି ।