ରାଜ୍ୟରେ ପ୍ରତିଷ୍ଠା ହେବ ୪ ଟି ନୂଆ ବିଶ୍ୱବିଦ୍ୟାଳୟ
ରାଜ୍ୟରେ ପ୍ରତିଷ୍ଠା ହେବ ୫ ନୂଆ ମେଡିକାଲ କଲେଜ
ଭୁବନେଶ୍ୱର : ରାଜ୍ୟ ବଜେଟ ଉପସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ । ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରାଯାଉଛି । ୩ ଲକ୍ଷ ୧୦ ହଜାର କୋଟିର ବଜେଟ ଉପସ୍ଥାପନା କରାଯାଇଛି । ଗତ ବର୍ଷ ତୁଳନାରେ ୬.୯ ପ୍ରତିଶତ ବୃଦ୍ଧି ହୋଇଛି । ଏଥର ବଜେଟରେ ଉଚ୍ଚଶିକ୍ଷା ଭିତ୍ତିଭୁମିକୁ ସଜାଡିବାକୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ ବଡ଼ ଘୋଷଣା କରାଯାଇଥିବା ବେଳେ ଏଥିରେ ୩ ଲକ୍ଷ ପିଲା ଉପକୃତ ହେବେ। ଏହାସହ ଉପକୂଳବାସୀଙ୍କ ପାଇଁ ଚଳିତ ବଜେଟରେ ଘୋଷଣା କରାଛନ୍ତି ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ। ଘୋଷଣାକ୍ରମେ ରାଜ୍ୟରେ ୪ଟି ନୂଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ। ଏହା କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ଝାରସୁଗୁଡ଼ାରେ ପ୍ରତିଷ୍ଠା ହେବକୁ ଘୋଷଣା କରାଯାଇଛି। କେବଳ ସେତିକି ନୁହେଁ ଆଉ ୨ଟି ନୂଆ ସରକାରୀ ଇଞ୍ଜିନିୟରିଂ କଲେଜ ପାଇଁ ବି ଘୋଷଣା କରାଯାଇଛି। ପାରାଦୀପ ଓ ବଲାଙ୍ଗିରରେ ନିର୍ମାଣ ହେବ ଇଞ୍ଜନିୟରିଂ କଲେଜ। ସେହିପରି ଉତ୍କର୍ଷ ITI ଯୋଜନା ପାଇଁ ୫୦୦ କୋଟି ବ୍ୟୟବରାଦ କରାଯାଇଛି।
ସେହିପରି ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି । ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ବଜେଟରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି ।
ରାଜ୍ୟର ୩ଟି ଜିଲା ଗଜପତି, ମାଲକାନଗିରି ଓ ରାୟଗଡ଼ାରେ ନୂତନ ଆୟୁର୍ବେଦିକ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ। ସେହିଭଳି ନୟାଗଡ଼ ଓ ନୂଆପଡ଼ା ଜିଲାରେ ୨ଟି ନୂଆ ହୋମିଓପାଥି ମେଡିକାଲ କଲେଜ ସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ୫ଟି ନୂଆ ମେଡିକାଲ କଲେଜର ଭିତ୍ତିଭୂମି ଓ ପ୍ରତିଷ୍ଠା ପାଇଁ ପ୍ରାୟ ୧୪୦ କୋଟି ଟଙ୍କାର ବଜେଟ ପ୍ରସ୍ତାବ ରଖାଯାଇଛି।



