IED ବିସ୍ପୋରଣରେ ଚାରି ଯବାନ ଗୁରୁତର

IED ବିସ୍ପୋରଣରେ ଚାରି ଯବାନ ଗୁରୁତର
Samaya Live News Picture
Published On

ମାଲକାନଗିରି : ମାଓବାଦୀ ଖଞ୍ଜିଥିବା IED ନିଷ୍କ୍ରିୟ ବେଳେ ବଡ଼ ଧରଣର ବିସ୍ପୋରଣ ଘଟି ଚାରି ଯବାନ ଗୁରୁତର । ଛତିଶଗଡ଼ ସୁକମା ଜିଲ୍ଲାର ବେଜ୍ଜି ଥାନା ଏଲାର୍ମଡାଗୁ CRPF କ୍ୟାମ୍ପ ନିକଟରେ ଏହି ଅଘଟଣ ଘଟିଛି । ବୋମା ନିଷ୍କ୍ରିୟ ଟିମ ର ୨ଜଣ ଯବାନଙ୍କ ସମେତ CRPFର ଦୁଇ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତର ଆହତ ଯବାନମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ କୋଣ୍ଟାର ହସ୍ପିଟାଲକୁ ପଠାଯାଇଥିଲା । ପରେ ଉତ୍ତମ ଚିକିତ୍ସା ପାଇଁ ହାଇଦ୍ରାବାଦ କୁ ହେଲିକପ୍ଟର ଯୋଗେ ସ୍ଥାନାନ୍ତର କରାଯାଇଛି । ଯବାନଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି। CRPF 50 ବାଟାଲିୟନର ଯବାନ ମାଓ ଦମନ ଅପରେସନ ରେ ଯିବାବେଳେ ମାଓବାଦୀ ଖଞ୍ଜିଥିବା IED ସନ୍ଧାନ ମିଳିଥିଲା । ଏହାକୁ ନିଷ୍କ୍ରିୟ କରିବା ବେଳେ IED ବଡ଼ ଧରଣର ବିସ୍ପୋରଣ ହୋଇଥିଲା। ଆହତ ଯବାନଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି ।

ସୂଚନାନୁସାରେ, ଗତ ଏପ୍ରିଲ ମାସରେ ସର୍ଚ୍ଚ ଅପରେସନ ବେଳେ IED ବ୍ଲାଷ୍ଟ ହୋଇଥିଲା । ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମର ସରଣ୍ଡା ଜଙ୍ଗଲରେ IED ବ୍ଲାଷ୍ଟ ଘଟି କୋବ୍ରା ବାଟାଲିୟନ ଯବାନ ଅନୁଜ କୁମାର ଗୁରୁତର ହୋଇଥିଲା । ତାଙ୍କର ଏକ ଗୋଡ ଛିଣ୍ଡିଯାଇଥିଲା  ।  ଟପ୍ ମାଓନେତା ମିସିର ବେସରା  ସରଣ୍ଡା ଜଙ୍ଗଲରେ ଲୁଚି ରହିଥିବା ସୂଚନା ମିଳିଥିଲା । ତାକୁ ଧରିବାକୁ ଏହି ଅପରେସନ ଚାଲିଥିଲା । ଅପରେସନ ଚାଲିଥିବା ବେଳେ IED ବିସ୍ଫୋରଣ ହୋଇଥିଲା ।

Tags: