ହୋଟେଲ ରେ ଅଗ୍ନିକାଣ୍ଡ ଘଟି ୪ ଆହତ
ଭୁବନେଶ୍ୱର : ଭୁବନେଶ୍ୱରର ଖାରବେଳ ନଗର ଥାନା ଅନ୍ତର୍ଗତ ଏକ ହୋଟେଲରେ ନିଆଁ ଲାଗି ୪ ଆହତ । ରୋଷେଇ ଚାଲିଥିବା ସମୟରେ ଘଟିଥିଲା ଅଗ୍ନିକାଣ୍ଡ । ପ୍ରାଥମିକ ସୂଚନା ଅନୁଯାୟୀ, ଗ୍ୟାସ୍ ଲିକ୍ ହେବା କାରଣରୁ ଏହି ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଅଗ୍ନିକାଣ୍ଡର ସଠିକ କାରଣ ଜଣା ପଡ଼ିନାହିଁ ।
Tags:




