୪ ସହର ହେବ ଇକୋନୋମିକ ଜୋନ - ଅନୁ ଗର୍ଗ

୪ ସହର ହେବ ଇକୋନୋମିକ ଜୋନ - ଅନୁ ଗର୍ଗ
Samaya Live News Picture
Published On

ଭୁବନେଶ୍ୱର : ରାଜ୍ୟର ୪ ସହର ହେବ ଇକୋନୋମିକ ଜୋନ I ୨୦୨୭ ସୁଦ୍ଧା ରାଜ୍ୟର ୪ ସହର ପୁରୀ, ପାରାଦୀପ, ଭୁବନେଶ୍ୱର ଏବଂ କଟକ କମନ ଇକୋନୋମିକ୍‌ ଜୋନ୍‌ରେ ପରିଣତ ହେବ । ଏହା ପରଠାରୁ ହିଁ ରାଜ୍ୟ ଅର୍ଥନୀତିର ୩୩ ପ୍ରତିଶତ ଆସିବ । ଏନେଇ ଆଜି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏକ ବଡ଼ ସୂଚନା ଦେଇଛନ୍ତି। 

କମନ ଇକୋନୋମିକ୍ ଜୋନ୍ ହେଉଛି ଏକ ଆନ୍ତର୍ଜାତିକ ଚୁକ୍ତି କିମ୍ବା ଅଞ୍ଚଳ ଯେଉଁଠାରେ ଏକାଧିକ ଦେଶ ମିଶି ଏକ ସାଧାରଣ ଅର୍ଥନୈତିକ କ୍ଷେତ୍ର ଗଠନ କରନ୍ତି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସେହି ଦେଶମାନଙ୍କ ମଧ୍ୟରେ ପଣ୍ୟ, ସେବା, ପୁଞ୍ଜି ଏବଂ ଶ୍ରମର ମୁକ୍ତ ଚଳାଚଳ ସୁନିଶ୍ଚିତ କରିବା। 

ସେପଟେ, ପାରାଦୀପ ହେବ ବ୍ଲୁ ଫ୍ଲାଗ୍ ବିଚ୍ । ପର୍ଯ୍ୟଟନ କ୍ଷେତ୍ରରେ ସୃଷ୍ଟି କରିବ ନୂଆ ଅଧ୍ୟାୟ । ପାରାଦୀପ ଠାରୁ ୭ କିଲୋମିଟର ସମୁଦ୍ର କୂଳ ବେଳାଭୂମିରେ ବ୍ଲୁ ଫ୍ଲାଗ୍ ବିଚ୍ ନିର୍ମାଣ ହେବ। ପ୍ରଥମ ପର୍ଯ୍ୟାୟରେ ୩ କିଲୋମିଟର ପାଇଁ ବ୍ଲୁ ଫ୍ଲାଗ ବିଚ୍ ନିର୍ମାଣ କାର୍ଯ୍ୟ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଶେଷ କରିବାକୁ ସମସ୍ତ ପ୍ରୟାସ ଜାରି ରହିଛି। ଏହା ସହିତ ପାରାଦୀପକୁ ବିଭିନ୍ନ କ୍ଷେତ୍ରରେ କିପରି ବିକାଶ କରାଯାଇପାରିବ ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ ହୋଇଛି ସମସ୍ତ ପ୍ରୟାସ । ଦିନିକିଆ ପାରାଦୀପ ଗସ୍ତରେ ଆସିବା ଅବସରରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ପାରାଦୀପ ଲାଇଟ୍ ହାଉସ୍ ବେଳାଭୂମିରେ ଜଗତସିଂହପୁର ଜିଲ୍ଲାପାଳ, ଏସ୍ପି ଓ ବିଭିନ୍ନ ଅଧିକାରୀ ମାନଙ୍କ ସହିତ ଏ ନେଇ ବିସ୍ତୃତ ଆଲୋଚନା କରିବା ସହିତ ବ୍ଲୁ ଫ୍ଲାଗ୍ ବିଚ୍ ନିର୍ମାଣର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । 

 

Tags: