ମୟୂରଭଞ୍ଜରୁ ଆବିଷ୍କାର ହେଲା ପ୍ରାୟ ୧.୫ କୋଟି ବର୍ଷ ପୂର୍ବ ଜୀବାଶ୍ମ

ମୟୂରଭଞ୍ଜରୁ ଆବିଷ୍କାର ହେଲା ପ୍ରାୟ ୧.୫ କୋଟି ବର୍ଷ ପୂର୍ବ ଜୀବାଶ୍ମ
Samaya Live News Picture
Published On

ମୟୂରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ବାରିପଦାସ୍ଥିତ ମହୁଲିଆ ଗ୍ରାମରୁ ଠାବ ହେଲା ୧.୫ କୋଟି ବର୍ଷ ପୂର୍ବର ଜୀବାଶ୍ମ । ଏହାକୁ ସ୍ଥାନୀୟ ଲୋକେ 'ଅସୁର ହାଡ଼' କହୁଥିଲେ ମଧ୍ୟ ,ଏହି ଜୀବାଶ୍ମ ମାୟୋସିନ୍ ଯୁଗର ବୋଲି ଅନୁମାନ କରାଯାଉଛି । ଏହା ଏକ ବିରାଟ ସାର୍କ ମାଛର ମେରୁ ହାଡ଼ ବୋଲି ଜଣ ପଡିଛି । ଏଥିରୁ ଅନୁମାନ କରାଯାଉଛି ବହୁ ବର୍ଷ ପୂର୍ବେ ମୟୁରଭଞ୍ଜରେ ଏକ ବିରାଟ ସମୁଦ୍ର ଥିଲା ।

ମୟୂରଭଞ୍ଜ ଜିଲ୍ଲାର ବାରିପଦା ସଦରମହକୁମା ଠାରୁ ପ୍ରାୟ ପାଞ୍ଚ କିଲୋମିଟର ଦୂର ପ୍ରତାପପୁର ଯିବା ରାସ୍ତାରେ ପଡ଼େ ମହୁଲିଆ ଗ୍ରାମ । ଉକ୍ତ ଗ୍ରାମ ପାଖରେ ଏକ ନଦୀ ରହିଛି । ନଦୀରେ ବହୁତ ପରିମାଣରେ ହାଡ଼ ସଦୃଶ କିଛି ଜିନିଷ କାହିଁ କେଉଁ ଅମଳରୁ ପଡ଼ି ରହିଛି । ତେଣୁ ସେହି ସ୍ଥାନକୁ 'ଅସୁର ହାଡ଼' ବୋଲି କହିଥାନ୍ତି, ସ୍ଥାନୀୟ ଲୋକେ । ସେଗୁଡ଼ିକ ଜୀବାଶ୍ମ ବୋଲି ଜଣା ପଡ଼ିବା ପରେ ଏବେ ନାନା ପ୍ରକାର ଚର୍ଚ୍ଚା ହେବାରେ ଲାଗିଛି ।

cbghy

ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପିଜି ରିମୋଟ୍ ସେନ୍ସିଂ ଏବଂ ଜିଆଇଏସ୍ ବିଭାଗର ସହକାରୀ ପ୍ରଫେସର ଡକ୍ଟର ଦେବବ୍ରତ ନନ୍ଦୀ ଛାତ୍ରଛାତ୍ରୀଙ୍କୁ ନେଇ ଉକ୍ତ ସ୍ଥାନ ଯାଇଥିବା ବେଳେ ବହୁତ ପରିମାଣରେ ଜୀବାଶ୍ମ ପଡିଥିବାର ଦେଖିବାକୁ ପାଇଥିଲେ । ପ୍ରାୟ ପାଞ୍ଚ ବର୍ଷ ପୂର୍ବରୁ ସେହି ସ୍ଥାନରେ ଜୀବାଶ୍ମ ଠାବ କରିଥିଲେ ସହକାରୀ ପ୍ରଫେସର ଡ. ନନ୍ଦୀ । ସାର୍କ ଦାନ୍ତ ଏବଂ ସାର୍କ କଟିବନ୍ଧ ଭଳି ମାଇକ୍ରୋଫସିଲ୍ ଏବଂ ଅନ୍ୟ କିଛି ଉପାଦାନ ରହିଥିବା ଜଣାପଡିଛି, ହେଲେ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ଗାଁ ଲୋକେ ଏହି ଜୀବାଶ୍ମକୁ 'ଅସୁର ହାଡ଼' ବୋଲି କହିଥାନ୍ତି ।

ଯାହା ଅନୁମାନ କରାଯାଉଛି ପୂର୍ବରୁ ଉକ୍ତ ଅଞ୍ଚଳ ସହିତ ଆଖପାଖ ଅଞ୍ଚଳ ଗଭୀର ସମୁଦ୍ର ମଧ୍ୟରେ ବୁଡ଼ି ରହିଥିଲା । ସମୁଦ୍ର ଏବେ ବାରିପଦାରୁ ୬୦ କିଲୋମିଟର ଦୂର ହ୍ରାସ ପାଇଛି । ସେ ସମୟରେ ସାମୁଦ୍ରିକ ବଳୟ ଯୋଗୁଁ କୌଣସି ସାମୁଦ୍ରିକ ପ୍ରାଣୀଙ୍କ ଜୀବାଶ୍ମ ବୋଲି ଜଣାପଡ଼ିଛି । ସହକାରୀ ପ୍ରଫେସର ଡ. ନନ୍ଦୀ ଏହି ଜୀବାଶ୍ମ ଠାବ କରିବା ପରେ ଗବେଷଣା ଜାରି ରଖିଛନ୍ତି 

 ସେ କହିଛନ୍ତି ,ଜୀବାଶ୍ମ ଗୁଡ଼ିକ ପ୍ରାୟ ୧.୫ କୋଟି ବର୍ଷ ପୂର୍ବର ମାୟୋସିନ୍ ଯୁଗର ବୋଲି ଅନୁମାନ କରାଯାଉଛି । ସାମୁଦ୍ରିକ ବଳୟ ଯୋଗୁଁ ଏହା ହେଉଛି ସାମୁଦ୍ରିକ ପ୍ରାଣୀଙ୍କ ଜୀବାଶ୍ମ । ଜୀବାଶ୍ମ ବିଜ୍ଞାନୀ ଏବଂ ବୈଜ୍ଞାନିକ ପ୍ରତିଷ୍ଠାନ ସହିତ କାମ ଜାରି ରହିଥିବା ବେଳେ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ।

Tags: