ପୂର୍ବତନ TMC ବିଧାୟକ ପୁରୀରୁ ଗିରଫ

ପୂର୍ବତନ TMC ବିଧାୟକ ପୁରୀରୁ ଗିରଫ
Samaya Live News Picture
Published On

ପୁରୀ : ପୁରୀରୁ ଗିରଫ ହେଲେ ପୂର୍ବତନ TMC ବିଧାୟକ ଦିଲ୍ଲୀପ ମଣ୍ଡଳ । ନିର୍ବାଚନ ସମୟରେ ବିଜେପି ବିଧାୟକଙ୍କୁ ଆକ୍ରମଣ ଘଟଣାରେ ତାଙ୍କୁ ପୁରୀ ବଳିଆପଣ୍ଡା ଅଞ୍ଚଳରେ ଥିବା ଏକ ହୋଟେଲ ରୁ ଗିରଫ କକରିଛି ପଶ୍ଚିମବଙ୍ଗ STF । ମମତା ସରକାରରେ ଦିଲ୍ଲୀପ ପରିବହନ ମନ୍ତ୍ରୀ ରହିଥିଲେ । ନିର୍ବାଚନ ପରେ ସେ କିଛି ଦିନ ଧରି ଫେରାର ହେବା ପରେ ଗତକାଲି ପୁରୀ ଆସି ହୋଟେଲରେ ଆତ୍ମଗୋପନ କରିଥିଲେ । ତେବେ ସୁରାକ ପାଇ ପଶ୍ଚିମବଙ୍ଗ STF ପୁରୀ SP ଙ୍କ ସହିତ ଯୋଗାଯୋଗ କରିଥିଲା । ଏହାପରେ ରାତି ତମାମ ଆସି ହୋଟେଲ ବାହାରେ ଛକି ବସି ଆଜି ସକାଳୁ ସକାଳୁ ତାଙ୍କୁ ଗିରଫ କରିଛି । କିଛି ଦିନ ପୂର୍ବରୁ ତାଙ୍କ ପୁଅ ଅର୍ଘ୍ୟ ମଣ୍ଡଳଙ୍କୁ ମଧ୍ୟ ଦକ୍ଷିଣ ୨୪ପ୍ରଗଣା ଜିଲ୍ଲାରୁ ଗିରଫ କରାଯାଇଥିଲା । ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ମାମଲାରେ ମେ ୧୮ରେ ତାଙ୍କୁ ଗିରଫ କରିଥିଲା ପଶ୍ଚିମବଙ୍ଗ STF । ତାଙ୍କ ନିକଟରୁ ଅନେକ ବେଆଇନ ଅସ୍ତ୍ରଶସ୍ତ୍ର ଜବତ କରିଥିଲା ପୋଲିସ । ତାଙ୍କ ସହିତ ଅନ୍ୟ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି । ପୂର୍ବରୁ ମେ ୧୪ରେ ପାଇଲାନ ଅଞ୍ଚଳରେ ଦିଲ୍ଲୀପଙ୍କ ଦୁଇଟି ସ୍ଥାନରେ ଚଢାଉ କରିଥିଲା ଏସଟିଏଫ । 

ସୂଚନାନୁସାରେ, ଦିଲୀପ ମଣ୍ଡଳ ପଶ୍ଚିମବଙ୍ଗ ବିଷ୍ଣୁପୁର (ଦକ୍ଷିଣ ୨୪ ପ୍ରଗଣା ) ବିଧାନସଭା ନିର୍ବାଚନମଣ୍ଡଳୀରୁ  ଟିଏମସି ବିଧାୟକ ରହିଥିଲେ। ଗିରଫ ହେବା ପୂର୍ବରୁ ତାଙ୍କ ବିରୁଦ୍ଧରେ ଅନେକ ମାମଲା ରୁଜୁ ହୋଇଥିଲା । ଏପରିକି ପୁଅର ବେଆଇନ ଅସ୍ତ୍ର କାରବାର ମାମଲାରେ ମଧ୍ୟ ତାଙ୍କର ସମ୍ପୃକ୍ତି ରହିଥିବାନେଇ ପୋଲିସ ଜାଣିବାକୁ ପାଇଥିଲା । ପୁଅ ଅର୍ଘ୍ୟର ଗିରଫଦାରୀ ପରେ ଦିଲ୍ଲୀପଙ୍କୁ ଧରିବା ପାଇଁ ପୋଲିସ ଚଢ଼ାଉ ପୂର୍ବରୁ ସେ ଫେରାର ହୋଇଯାଇଥିଲେ । ତେବେ ଏନେଇ ପୁରୀ ଏସପି ଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।

Tags: