ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ୍‌ଙ୍କ ପରଲୋକ

ବରଗଡ଼ : ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ୍‌ଙ୍କ ରବିବାର ହୃଦଘାତରେ ପରଲୋକ ହୋଇଛି । ବରିଷ୍ଠ କଂଗ୍ରେସ ନେତା ରିପୁନାଥ ମୃତ୍ୟୁର ଖବର ଶୁଣି ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ କରି ସ୍ୱର୍ଗତ ସେଠ୍‌ଙ୍କ ମୃତୁ୍ୟରେ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ଖବର ଅନୁଯାୟୀ, ରିପୁନାଥ ରବିବାର ଦିନ ନିଜ ବରପାଲି ସ୍ଥିତ ବାସଭବନରେ ଥିବା ସମୟରେ ହଠାତ୍‌ ଛାତିରେ […]

Samaya Live Picture
Published On

ବରଗଡ଼ : ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ୍‌ଙ୍କ ରବିବାର ହୃଦଘାତରେ ପରଲୋକ ହୋଇଛି । ବରିଷ୍ଠ କଂଗ୍ରେସ ନେତା ରିପୁନାଥ ମୃତ୍ୟୁର ଖବର ଶୁଣି ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ କରି ସ୍ୱର୍ଗତ ସେଠ୍‌ଙ୍କ ମୃତୁ୍ୟରେ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।

ଖବର ଅନୁଯାୟୀ, ରିପୁନାଥ ରବିବାର ଦିନ ନିଜ ବରପାଲି ସ୍ଥିତ ବାସଭବନରେ ଥିବା ସମୟରେ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ତାଙ୍କୁ ତୁରନ୍ତ ନିକଟସ୍ଥ ଏକ ଘରୋଇ ନର୍ସିଂ ହୋମକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରିପୁନାଥଙ୍କ ମୃତୁ୍ୟ ପରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଥିବା ସମୟରେ ସେ ଗଣଶିକ୍ଷା ମନ୍ତ୍ରୀ ଥିଲେ । ଜଣେ ଦକ୍ଷ ନେତା ଓ ସଂଗଠକ ଭାବେ ବେଶ୍‌ ପରିଚିତ ଥିଲେ ରିପୁନାଥ । ଏକଦା ବିଜେପୁର ବିଧାୟକ ସୁବଳ ସାହୁ ଦେହାନ୍ତ ପରେ ବରଗଡ଼ ବିଧାନସଭା ଆସନରୁ ରିପୁନାଥଙ୍କୁ ବିଧାୟକ ପ୍ରାର୍ଥୀ କରିଥିଲା କଂଗ୍ରେସ ।

ରବିବାର ଅପରାହ୍ନରେ ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ୍‌ଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ବରପାଲି ସହର ସନ୍ନିକଟ ଗଡଗଡତଲା ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ବଡ ପୁଅ ଅନୀମେଶ ମୁଖାଗ୍ନୀ ଦେଇଥିଲେ । ତାଙ୍କର ଶେଷକୃତ୍ୟ ସମୟରେ ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ, ସାଧୁ ଚରଣ ନେପାକ ଓ ନିହାର ରଞ୍ଜନ ମହାନନ୍ଦ, ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦର ନୂତନ ଅଧ୍ୟକ୍ଷ ଦିନେଶ ଗହିର, ବିଜେପି ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ, କଂଗ୍ରେସ ନେତା ପ୍ରଦୀପ ଦେବତା, ହରଦିପ ସିଂ, ଅଚ୍ୟୁତାନନ୍ଦ ଦାଶ, ସତ୍ୟନାରାୟଣ ଦେବତା,ସରୋଜ ଷଡ଼ଙ୍ଗୀ,ରମେଶ ପଣ୍ଡା,ଉନୀ ନାୟାର, ବରପାଲି ବ୍ଲକ୍‌ ପୂର୍ବଅଧ୍ୟକ୍ଷ କିଶୋର ଦଫାଦାର, ବିଜେପି ନେତା ସନତ ଗଡତିଆ, ସୁଶାନ୍ତ ମିଶ୍ର ,ବରିଷ୍ଠ ସାମ୍ବାଦିକ ବିରେନ୍‌ ପ୍ରଧାନଙ୍କ ସମେତ ବରପାଲି ସହରର ବହୁ ସଂଗଠନର କର୍ମକର୍ତ୍ତାଙ୍କ ସହ ସାଧାରଣ ଜନତା ଉପସ୍ଥିତ ଥିଲେ ।