ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ଭୁବନେଶ୍ୱର : ସମ୍ବଲପୁରର ପୂର୍ବତନ ବିଜେଡି ବିଧାୟିକା ତଥା ବିଶିଷ୍ଟ ଡାକ୍ତର ରାସେଶ୍ଵରୀ ପାଣିଗ୍ରାହୀଙ୍କ ପରଲୋକ  । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା । ସେ ୨୦୧୪ରେ ସମ୍ବଲପୁରରୁ ବିଜେଡି ବିଧାୟିକା ହୋଇଥିଲେ । ସ୍ନାୟୁଜନତି ରୋଗରେ ପୀଡ଼ିତ ଥିବାରୁ ନିଜ ବାସଭବନରେ ଡାକ୍ତରଙ୍କ ତତ୍ତ୍ବାବଧାନରେ ଚାଲିଥିଲା ଚିକିତ୍ସା । ଗତକାଲି  ସଂଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀଙ୍କ ଦେହାନ୍ତ ହୋଇଛି ।  

ସମ୍ବନ୍ଧିତ ଖବର ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ,ଜନ ଜୀବନ ପ୍ରଭାବିତ

ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ପଶ୍ଚିମ ଓଡ଼ିଶାର ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଥିଲେ ।  ଏହା ସହ ସେ ଜଣେ ଦକ୍ଷ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଭାବେ ବୁର୍ଲା ଭିମସାର ଏବଂ ସମ୍ବଲପୁରରେ ଦୀର୍ଘ ଦଶନ୍ଧି ଧରି ଲୋକଙ୍କ ସେବା କରିଆସୁଥିଲେ ।  ୨୦୧୪ ମସିହାରେ ସେ ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ।  ତାଙ୍କ ଦେହାନ୍ତ ଖବର ଜଣାପଡ଼ିବା ପରେ ସମ୍ବଲପୁରରେ ଶୋକର ଛାୟା ଖେଳିଯାଇଛି । ପୂର୍ବତନ ବିଧାୟକା ତଥା ପ୍ରସିଦ୍ଧ ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକରେ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟପାଳ ହରିବାବୁ କମ୍ଭମପତି , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ । ମୃତ୍ୟୁ ପରେ ରାସ୍ୱେଶ୍ୱରୀ ପାଣିଗ୍ରାହୀଙ୍କ ଚକ୍ଷୁଦାନ କରାଯାଇଛି । ଡାକ୍ତରୀ ଦଳ ଆସି ତାଙ୍କ ଆଖି ସଂଗ୍ରହ କରି ନେଇଛନ୍ତି । ।

ସମ୍ବନ୍ଧିତ ଖବର ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ମନ୍ତ୍ରୀ ପରିଷଦର ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ

Tags: