ଜାତୀୟ ମହିଳା କମିଶନଙ୍କ ଦ୍ୱାରସ୍ଥ ହେଲେ ପୂର୍ବତନ ଚୌଦ୍ୱାର ଜେଲର ସନ୍ତୋଷିନୀ

ଜାତୀୟ ମହିଳା କମିଶନଙ୍କ ଦ୍ୱାରସ୍ଥ ହେଲେ ପୂର୍ବତନ ଚୌଦ୍ୱାର ଜେଲର ସନ୍ତୋଷିନୀ
Samaya Live News Picture
Published On

ଭୁବନେଶ୍ୱର : ଜାତୀୟ ମହିଳା କମିଶନଙ୍କ ଦ୍ୱାରସ୍ଥ ହେଲେ ପୂର୍ବତନ ଚୌଦ୍ୱାର ଜେଲର ସନ୍ତୋଷିନୀ ଦାସ ।  ପୂର୍ବତନ ଜେଲ୍ ଡିଜି ସୁଶାନ୍ତ ନାଥଙ୍କ ବିରୋଧରେ ସେ ଥାନାରେ ଏତଲା ଦେଇଛନ୍ତି। ଯୌନ ନିର୍ଯାତନା, ମାନସିକ ଅପମାନ ଏବଂ ଭୟଭୀତ କରାଯାଉଥିବା ନେଇ ଏହି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଏହାସହ ତୁରନ୍ତ ଘଟଣାରେ ହସ୍ତକ୍ଷେପ ସହ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି ।  ଏହା ପୂର୍ବରୁ ସେ ଚୌଦ୍ୱାର ଥାନାରେ ପୂର୍ବତନ ଜେଲ୍ ଡିଜିଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ, ଯାହା ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସନ୍ତୋଷିନୀଙ୍କ ଅଭିଯୋଗ ଅନୁଯାୟୀ, ଗତ ସେପ୍ଟେମ୍ବର ମାସରେ ଅଫିସ ବୈଠକ ସମୟରେ ତାଙ୍କୁ ମାନସିକ ଓ ଯୌନ ନିର୍ଯାତନା ଦିଆଯିବା ସହ ପୂର୍ବରୁ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ସୁଜିତ ରାଉତଙ୍କ ବିରୋଧରେ ଦେଇଥିବା ମାମଲା ପ୍ରତ୍ୟାହାର କରିବାକୁ ଡିଜି ଚାପ ପକାଇଥିଲେ। ଏପରିକି ଚାକିରିରୁ ବହିଷ୍କାର ଓ ଶାରୀରିକ କ୍ଷତି ପହଞ୍ଚାଇବାକୁ ମଧ୍ୟ ଧମକ ଦିଆଯାଇଥିଲା ।

ସୂଚନାଯୋଗ୍ୟ, ଆଇପିଏସ ସୁଶାନ୍ତ ନାଥଙ୍କ ଅନ୍ତରୀଣ ସୁରକ୍ଷା ଆବେଦନର ଶୁଣାଣି ଘୁଞ୍ଚିଛି । ଅନ୍ତରୀଣ ସୁରକ୍ଷା ଓ ମୂଳ ମାମଲା ଖାରଜ ଆବେଦନ ଶୁଣାଣି ଘୁଞ୍ଚେଇଛନ୍ତି ହାଇକୋର୍ଟ। ଆସନ୍ତା ୬ ତାରିଖକୁ ହାଇକୋର୍ଟ ଶୁଣାଣି ଘୁଞ୍ଚାଇଛନ୍ତି। କଟକ ଚୌଦ୍ୱାର ଜେଲ୍ ର ପୂର୍ବତନ ମହିଳା ଜେଲରଙ୍କ ଯୌନ ନିର୍ୟାତନା ମାମଲାରେ ଗିରଫଦାରୀରୁ ସୁରକ୍ଷା ଲୋଡ଼ି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସୁଶାନ୍ତ ନାଥ। ତାଙ୍କ ବିରୋଧରେ ରୁଜୁ ମାମଲାକୁ ଖାରଜ କରିବା ସହ ଅନ୍ତରୀଣ ସୁରକ୍ଷା ଏବଂ ଜାମିନ ପାଇଁ ମଧ୍ୟ ଆବେଦନ କରିଛନ୍ତି ।

Tags: