ବିନା ଅନୁମତିରେ ଗଛ କାଟି ଫରେଷ୍ଟର ନିଲମ୍ବିତ

ବିନା ଅନୁମତିରେ ଗଛ କାଟି ଫରେଷ୍ଟର ନିଲମ୍ବିତ
Samaya Live News Picture
Published On

ନବରଙ୍ଗପୁର : ବିନା ଅନୁମତିରେ ଗଛ କାଟିବା ପଡିଲା ମହଙ୍ଗା । ରାସ୍ତା ପ୍ରଶସ୍ତି କରଣ ନାଁ ରେ ନୀଳଗିରି ଗଛ କାଟିବା ଘଟଣାରେ ତତ୍କାଳୀନ ଝରିଗାଁ ରେଞ୍ଜ ମୋହରା ସେକ୍ସନ ଫରେଷ୍ଟର ତଥା ବର୍ତ୍ତମାନର ଡାବୁଗାଁ ରେଞ୍ଜ ମୈଦଲପୁର ସେକ୍ସନ ଫରେଷ୍ଟର ବିପିନକୁମାର ହରିଜନ ନିଲମ୍ବିତ। ଗଛକାଟିବା ଏବଂ ଆର୍ଥିକ ଅନିୟମିତତା ଅଭିଯୋଗରେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିର୍ଦେଶ ଦେଇଛନ୍ତି ଡିଏଫଓ ଉଦୟନ ସୁବୁଦ୍ଧି । ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ନିଲମ୍ବିତ କରିଛନ୍ତି ନବରଙ୍ଗପୁର ବନଖଣ୍ଡ ଅଧିକାରୀ। ନିଲମ୍ବିତ ଫରେଷ୍ଟରଙ୍କୁ ଡିଏଫଓ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଛି । ବିନା ଅନୁମତିରେ ଜିଲ୍ଲା ସଦର ମହକୁମା ଛାଡି ସେ ଯାଇ ପାରିବେନି ବୋଲି ନିର୍ଦ୍ଦେଶରେ ଉଲ୍ଲେଖ ରହିଛି ।

ସୂଚନା ଅନୁସାରେ, ବିପିନ କୁମାର ହରିଜନ ଝରିଗାଁ ରେଞ୍ଜର ମୋହରା ସେକ୍ସନରେ କାର୍ଯ୍ୟରତ ଥିବା ସମୟରେ ଦେଓବନ୍ଧରୁ ଜାମାଦରପଡ଼ା ରାସ୍ତାରେ ବିନା ଅନୁମତିରେ ନୀଳଗିରି ଗଛ କାଟିଥିବା ଅଭିଯୋଗ ହୋଇଥିଲା । ଏଥିସହ ତାଙ୍କ ବିରୋଧରେ ଆର୍ଥିକ ଅନିୟମିତତା ନେଇ ମଧ୍ୟ ଅଭିଯୋଗ ରହିଥିଲା। ଏହି ଅଭିଯୋଗକୁ ନେଇ ବନ ବିଭାଗ ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ତେବେ ନୋଟିସ ର ଉତ୍ତର ସନ୍ତୋଷଜନକ ନଥିବା ଦର୍ଶାଇ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । 

Tags: