ଜଙ୍ଗଲ ବିଭାଗର ଥାର ଗାଡି କିଣା ପ୍ରସଙ୍ଗ, ଦୋଷୀଙ୍କୁ ଛଡ଼ାଯିବ ନାହିଁ କହିଲେ ମନ୍ତ୍ରୀ
ଭୁବନେଶ୍ୱର : ଜଙ୍ଗଲ ବିଭାଗର ଥର୍ ଗାଡ଼ି କିଣାରେ ଦୁର୍ନୀତି ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି। ଥାର୍ କିଣାରେ ଘୋଟାଲାରେ ୧୨ କୋଟିର ହିସାବ ମାଗିଲେ ସରକାର ! ଥର୍ ଗାଡ଼ି କିଣାରେ ମୋଟ ୨୮ କୋଟି ୪୫ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଧରିଛନ୍ତି ଏଜି ।
ଜୁଲାଇ ୨୦୨୪ରେ ଏସ୍ଆର୍ସି ଯେଉଁ ୨୮ କୋଟି ୪୫ ଲକ୍ଷ ଟଙ୍କା ବନ୍ୟପ୍ରାଣୀ ପିସିସିଏଫ୍ଙ୍କୁ ଦେବା ପାଇଁ ଅନୁମୋଦନ କରିଥିଲେ, ତାହା ଗୃହ ମନ୍ତ୍ରଣାଳୟର ଏସ୍ଡିଆର୍ଏଫ୍ ଗାଇଡଲାଇନ ଅନୁଯାୟୀ ହୋଇ ନାହିଁ ବୋଲି ଏଜି ସ୍ପଷ୍ଟ କରିଛନ୍ତି। ଓଡ଼ିଶା ଜଙ୍ଗଲ ବିଭାଗ ଦ୍ୱାରା ୫୧ଟି ମହିନ୍ଦ୍ରା ଥାର୍ କିଣା ଏବଂ ସେଗୁଡ଼ିକୁ ସଜାଇବା ପାଇଁ ୭ କୋଟି ଖର୍ଚ୍ଚ ହୋଇଥିଲା । ଏହି ଵିପୁଳ ଖର୍ଚ୍ଚ ଏବେ ସନ୍ଦେହ ଘେରରେ । ପ୍ରାୟ ୧୨ କୋଟି ଟଙ୍କାର ଏହି ଖର୍ଚ୍ଚରେ ଅନିୟମିତତା ଅଭିଯୋଗ ହେବା ପରେ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଅଡିଟ୍ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜଙ୍ଗଲ ଏବଂ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ଏହି ଗାଡ଼ିଗୁଡ଼ିକରେ ହେଭି-ଡ୍ୟୁଟି ବମ୍ପର, ସ୍ନୋରକେଲ୍ , ରୁଫ୍ ର଼୍ୟାକ୍, ସ୍ୱତନ୍ତ୍ର ଲାଇଟ୍ ଏବଂ କ୍ୟାମେରା ଲଗାଯାଇଛି ।
ତେବେ ଏତେ ପରିମାଣର ଅର୍ଥ ଖର୍ଚ୍ଚ କରିବା ପାଇଁ ଅର୍ଥ ବିଭାଗର ଅନୁମତି ନିଆଯାଇଛି କି ନାହିଁ ଏବଂ ଟେଣ୍ଡର ପ୍ରକ୍ରିୟାରେ ସ୍ୱଚ୍ଛତା ଅଛି କି ନାହିଁ, ତାହାର ଯାଞ୍ଚ କରିଛନ୍ତି CAG । କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ସଚିବଙ୍କୁ CAG ଚିଠି ଲେଖିଛନ୍ତି । ବିରୋଧୀ ଦଳ ଏହାକୁ ଏକ ବଡ଼ ଦୁର୍ନୀତି ବୋଲି ଦର୍ଶାଇ କହିଛନ୍ତି ଯେ ଜନସାଧାରଣଙ୍କ ଟଙ୍କାର ଅପବ୍ୟବହାର କରାଯାଇଛି । ଅନ୍ୟପଟେ ଜଙ୍ଗଲ ବିଭାଗ କହିଛି ଯେ ଦୁର୍ଗମ ଜଙ୍ଗଲ ଭିତରେ ବନ୍ୟପ୍ରାଣୀ ଶିକାରୀଙ୍କୁ ରୋକିବା ପାଇଁ ଏହିଭଳି ଶକ୍ତିଶାଳୀ ଗାଡ଼ିର ଆବଶ୍ୟକତା ରହିଛି । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ କହିଛନ୍ତି ଯିଏ ବି ଦୋଷୀ ଛଡ଼ା ଯିବନି ।



