ଅଂଶୁଘାତରେ ବନ ବିଭାଗ ପାରା କର୍ମଚାରୀଙ୍କ ମୃତ୍ୟୁ ଅଭିଯୋଗ

ଅଂଶୁଘାତରେ ବନ ବିଭାଗ ପାରା କର୍ମଚାରୀଙ୍କ ମୃତ୍ୟୁ ଅଭିଯୋଗ
Samaya Live News Picture
Published On

ମାଲକାନଗିରି/ମାଥିଲି : ଅସହ୍ୟ ଖରା, ତାତି, ଗୁଳୁଗୁଳିରେ ଆଉଟୁ ପାଉଟୁ ହେଉଛି ସାରା ରାଜ୍ୟ।  ଏହା ମଧ୍ୟରେ କିଛି ସ୍ଥାନରୁ ଆସିଛି ଅଂଶୁଘାତ ଜନିତ ମୃତ୍ୟୁ ଖବର । ଶନିବାର ଅଂଶୁଘାତରେ ବନ ବିଭାଗର ପାରା କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକ ହେଲା ଗୌରାଙ୍ଗ ପୂଜାରୀ । ଗୋବିନ୍ଦପାଲି ପାଟ୍ରୋଲିଂ ପାଇଁ ଗଲାବେଳେ ମଝିରାସ୍ତାରେ ପଡ଼ି ଯାଇଥିଲେ ଗୌରାଙ୍ଗ । ତାଙ୍କୁ ଅସୁସ୍ଥ ଅବସ୍ଥାରେ ମାଥିଲି ପରେ ମାଲକାନଗିରି ସ୍ଥାନାନ୍ତର ହୋଇଥିଲେ। ମାଲକାନଗିରି ଜିଲା ମୁଖ୍ୟଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। 

ସୂଚନାନୁସାରେ, ବର୍ତ୍ତମାନ ଯାଏଁ ରାଜ୍ୟରେ ୧୬ଜଣଙ୍କ ଅଂଶୁଘାତ ଜନିତ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲେ ମଧ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ବା SRCଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏଥିମଧ୍ୟରୁ ୩ଟି ମୃତ୍ୟୁ ମାମଲାକୁ ଆଧିକାରିକ ଭାବେ ସ୍ପଷ୍ଟ କରାଯାଇଛି । ସୁନ୍ଦରଗଡ଼ ଏବଂ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ ଲୋକଙ୍କ ଅଂଶୁଘାତରେ ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇଛି। ପୋଷ୍ଟମର୍ଟମ ରିପୋର୍ଟ ଆଧାରରେ ୪ଟି ମାମଲାକୁ ଖାରଜ କରାଯାଇଥିବା ବେଳେ ବାକି ମାମଲାର ଯାଞ୍ଚ ଚାଲିଥିବା ଏସଆରସିଙ୍କ ପକ୍ଷରୁ ସୂଚନା ମିଳିଛି ।  

Tags: