ବନ୍ୟାଞ୍ଚଳ କ୍ଷୟକ୍ଷତି,୩ ଦିନରେ ରିପୋର୍ଟ ଦେବାକୁ ନିର୍ଦେଶ

୪୮୮,୮୬୮ ଗୃହ ପାଳିତ ପଶୁ ପ୍ରଭାବିତ - ମନ୍ତ୍ରୀ ଗୋକୁଳାନନ୍ଦ ନାଏକ

ବନ୍ୟାଞ୍ଚଳ କ୍ଷୟକ୍ଷତି,୩ ଦିନରେ ରିପୋର୍ଟ ଦେବାକୁ ନିର୍ଦେଶ
Samaya Live News Picture
Published On

ଭୁବନେଶ୍ୱର : ଗ୍ରାମ୍ୟ ଉନ୍ନୟନ,ପଂଚାୟତରାଜ ବିଭାଗକୁ ବନ୍ୟା କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାକୁ ନିର୍ଦେଶ । ୩ ଦିନ ମଧ୍ୟରେ ରିପୋର୍ଟଦେବାକୁ ନିର୍ଦେଶ ଦେଇଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାଏକ । ମନ୍ତ୍ରୀ କହିଛନ୍ତି ବନ୍ୟାରେ ପ୍ରାୟ ୧୫ଟି ଜିଲ୍ଲା ପ୍ରଭାବିତ ହୋଇଛି ଅନେକ ରାସ୍ତା କ୍ଷୟ ହୋଇଛି । ଆକଳନ କରି ୩ ଦିନ ମଧ୍ୟରେ ସଠିକ ତଥ୍ୟ ଦେବାକୁ ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ପାଣି ଥିବାରୁ ଅଧିକାରୀମାନେ ପ୍ରଭାବିତ ଅଂଚଳକୁ ଯାଇପାରି ନାହାନ୍ତି । ପାଣି କମିଗଲେ ତଳ ସ୍ତରକୁ ଯାଇ ସଠିକ ସ୍ଥିତି ଅନୁଧ୍ୟାନ କରିବେ ଅଧିକାରୀ । ପ୍ରଭାବିତ ଅଂଚଳର ପିଇବା ପାଣି ର ସମାଧାନ କରି ଟାଙ୍କି ବ୍ୟବସ୍ଥା ସହ ମୋବାଇଲ ଭ୍ୟାନ୍ ର ବ୍ୟବସ୍ଥା ହୋଇଛି । ଲୋକଙ୍କ ସରକାର ଲୋକଙ୍କ ସେବା ପାଇଁ ସର୍ବଦା ପ୍ରସ୍ତୁତ ଅଛୁ । ସଠିକ କ୍ଷତି ପୁରାଣ ମିଳିବ ଧୈର୍ଯ୍ୟ ରଖିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ।

ସେହିପରି ,ବନ୍ୟାରେ  ବନ୍ୟାରେ ୪.୮୮ ଲକ୍ଷ ଗୃହପାଳିତ ପଶୁ ପ୍ରଭାବିତ ହୋଇଛନ୍ତି । ୯ ଜିଲ୍ଲାର ୪ ଲକ୍ଷ ୮୮ ହଜାର ଗୃହପାଳିତ ପଶୁ ବନ୍ୟା ପ୍ରଭାବିତ ହୋଇଛନ୍ତି । ୮୦ ହଜାର ୯୦୦ କୁକୁଡ଼ା ଭାସି ଯାଇଥିବାବେଳେ ,୫ଟି ବଡ଼ ପ୍ରାଣୀ ଏବଂ ୧୨୦ଟି ଛୋଟ ପ୍ରାଣୀଙ୍କର ମୃତ୍ୟୁ ଘଟିଛି । ଆକଳନ ପରେ ସମସ୍ତ କ୍ଷତିଗ୍ରସ୍ତ ମାଲିକଙ୍କୁ ସଠିକ କ୍ଷତିପୂରଣ ଦିଆଯିବ । ପ୍ରଵାବିତ ଅଂଚଳରେ ବିଭିନ୍ନ ବିଭାଗରୁ ୫୮ ଟି ରା଼ପିଡ଼ ଆକ୍ସନ ଭେଟେରିନାରୀ ଟିମ ନିୟୋଜିତ ଅଛନ୍ତି । ୨୪୫ ସ୍ଥାନରେ ସ୍ବାସ୍ଥ୍ୟ କ୍ୟାମ୍ପ,୧୫ ହଜାର ପଶୁଙ୍କୁ ଚିକିତ୍ସା ସହ ୨୬୩ ମେଟ୍ରିକ୍ ଟନ୍ ଖାଦ୍ୟ ଦିଆଯାଇଛି । ଏନେଇ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଏହା ବନ୍ୟା କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟ ହୋଇଥିବାବେଳେ ସ୍ଥିତିରେ ସୁଧାର ଆସିଲେ ସମ୍ପୂର୍ଣ୍ଣ ତଥ୍ୟ ମିଳି ପାରିବ ।

                                     

Tags: