୩୪ଟି ସାଇବର ଥାନାରେ ଖୋଲିବ ଫୋରେନସିକ ୟୁନିଟ

୩୪ଟି ସାଇବର ଥାନାରେ ଖୋଲିବ ଫୋରେନସିକ ୟୁନିଟ

ଭୁବନେଶ୍ୱର : ଓଡିଶା ରେ ଦିନକୁ ଦିନ ବଢି ଚାଲିଛି ସାଇବର ଠକେଇ । ଠକେଇ କରି ଆରାମରେ ଖସି ଯାଉଛନ୍ତି ଅପରାଧୀ I ମାତ୍ର ହାତ ଗଣତି କେତୋଟି ମାମଲା କୁ ଛାଡିଦେଲେ ପ୍ରାୟ ଏକ ତୃତୀୟାଂଶ ଠକେଇ ଘଟଣାରେ ପୋଲିସର ହାତ ଖାଲି I ତେବେ ଏଣିକି ସାବାଡ଼ ହେବେ ସାଇବର ଅପରାଧୀ । ସାଇବର ତଦନ୍ତକୁ ଆହୁରି ଶାଣିତ କରିବା ଲାଗି ରାଜ୍ୟର ୩୪ଟି ସାଇବର ଥାନାରେ ଫୋରେନ୍‌ସିକ୍ ୟୁନିଟ୍‌ ସ୍ଥାପନ ହେବ। ଏନେଇ ପୁଲିସ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିରେ ୧୭୦ଜଣ ସାଇବର ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯିବ। ସେମାନେ ପରୀକ୍ଷାଗାରରେ ବିଭିନ୍ନ ବିଶ୍ଲେଷଣ କରିବେ। ପରୀକ୍ଷାଗାରରେ ଇଲେକ୍ଟ୍ରୋନିକ ପ୍ରମାଣ ବିଶ୍ଳେଷଣ କରିବା, ଡିଲିଟ୍‌ ହୋଇଥିବା ତଥ୍ୟ ପୁନରୁଦ୍ଧାର, ଡିଜିଟାଲ ପ୍ରମାଣପତ୍ର ଆଦି କାର୍ଯ୍ୟ କରାଯିବ। ଏହାଦ୍ବାରା ତଦନ୍ତ ଓ ମାମଲା ପରିଚାଳନା କ୍ଷମତା ବୃଦ୍ଧି ସହ ସାଇବର ଅପରାଧୀଙ୍କୁ ଚିହ୍ନଟ ସୁବିଧା ହେବ। ଏହି ପରୀକ୍ଷାଗାରଗୁଡ଼ିକୁ ଆଇଟି ହାର୍ଡୱେର୍, ଫୋରେନ୍‌ସିକ୍ ଉପକରଣ, ଲାଇସେନ୍ସପ୍ରାପ୍ତ ସଫ୍ଟୱେର୍ ଆଦି ଯୋଗାଇ ଦିଆଯିବ। ଖୁବ୍‍ଶୀଘ୍ର ସାଇବର ଥାନାଗୁଡ଼ିକରେ ଫୋରେନ୍‌ସିକ୍ ପରୀକ୍ଷାଗାର କାର୍ଯ୍ୟକ୍ଷମ ହେବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ସେହିପରି ଫୋରେନ୍‌ସିକ ୟୁନିଟ୍‌କୁ ସୁଦୃଢ଼ କରିବାକୁ ଗୁରୁତ୍ବ ଦିଆଯାଉଛି।

ସମ୍ବନ୍ଧିତ ଖବର ବିଚାରଗତ ଭ୍ରାନ୍ତି ଦୂର କରି ମାତୃଶକ୍ତିର ସଶକ୍ତିକରଣ ସମୟର ଆହ୍ୱାନ - ଧର୍ମେନ୍ଦ୍ର ପ୍ରଧାନ

ସୂଚନାନୁସାରେ,ଗତ ୧୬ମାସରେ ରାଜ୍ୟରେ ୨୨୨ କୋଟି ୯ଲକ୍ଷ ୭୮ହଜାର ୬୪୭ ଟଙ୍କା ଠକେଇ ହୋଇଛି। ୩୪୮୬ଟି ସାଇବର ଠକେଇ ଘଟଣାରେ ୭୨୭ ସାଇବର ଠକ ଗିରଫ ହୋଇଛନ୍ତି। ୧୦୪ ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରାଯାଇଛି। ସାଇବର ଠକେଇ ହ୍ରାସ, ଗିରଫ ସଂଖ୍ୟା ବୃଦ୍ଧି ଓ ପ୍ରମାଣ ଯୋଗାଡ଼ କରି ଠକଙ୍କୁ ଦଣ୍ଡିତ ଲାଗି ଫୋରେନ୍‌ସିକ ୟୁନିଟ୍‌ ବଡ଼ ଭୂମିକା ତୁଲାଇବ ବୋଲି ଆଶା ରଖିଛି ଓଡ଼ିଶା ପୁଲିସ।

ସମ୍ବନ୍ଧିତ ଖବର ଗୋଟିଏ ଦିନରେ ରାଜଧାନୀରୁ ୩ ଶିଶୁ ନିଖୋଜ

 

ସମ୍ବନ୍ଧିତ ଖବର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜୟନ୍ତୀ ପାଳିତ

 

Tags: