ବିମାନ ବନ୍ଦରରୁ ୧.୫୬ କୋଟିର ବିଦେଶୀ ମୁଦ୍ରା ଜବତ

ବିମାନ ବନ୍ଦରରୁ ୧.୫୬ କୋଟିର ବିଦେଶୀ ମୁଦ୍ରା ଜବତ
Samaya Live News Picture
Published On

ହାଇଦ୍ରାବାଦ : ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୧.୫୬ କୋଟି ଟଙ୍କାର ବିଦେଶୀ ମୁଦ୍ରା ଜବତ । ହାଇଦ୍ରାବାଦ ରୁ କ୍ଵାଲାଲମ୍ପୁର ଯାଉଥିବା ଏୟାର ଏସିଆ ବିମାନରୁ ଏହି ମୁଦ୍ରା ଜବତ ହୋଇଛି । ଟ୍ରଲି ବ୍ୟାଗରେ ଥିବା ଲୁଗା ଭିତରେ ଏକ କଳା ପଲିଥିନରେ ମୁଦ୍ରା ସବୁ ରହିଥିଲା । ଖବର ପାଇବା ପରେ DRI ହାଇଦ୍ରାବାଦ ଜୋନାଲ ୟୁନିଟ୍‌ର ଅଧିକାରୀମାନେ ବିମାନବନ୍ଦରରେ ଚଢ଼ାଉ କରିଥିଲେ । ଯାତ୍ରୀଙ୍କ ନିକଟରୁ ମୋଟ୍ ୧,୬୪,୨୦୦ ଆମେରିକୀୟ ଡଲାର (USD), ୩,୭୭୩ ମାଲେସିଆନ ରିଙ୍ଗିଟ୍ (MYR) ଏବଂ ୨ ସିଙ୍ଗାପୁର ଡଲାର (SGD) ଜବତ ହୋଇଛି, ଯାହାର ଭାରତୀୟ ମୂଲ୍ୟ ପ୍ରାୟ ୧.୫୬ କୋଟି ଟଙ୍କା.ଏହି ଘଟଣାରେ ୨ଜଣ ଯାତ୍ରୀଙ୍କୁ ଗିରଫ କରାଯାଇଛି । 

ବିଦେଶୀ ମୁଦ୍ରାର ବୈଧ ଡକ୍ୟୁମେଣ୍ଟ୍ କିମ୍ବା ପ୍ରମାଣପତ୍ର ଦେଖାଇବାରେ ବିଫଳ ହେବାରୁ କଷ୍ଟମ୍ସ ଆକ୍ଟ, ୧୯୬୨ ଅଧୀନରେ ଉଭୟଙ୍କୁ ଗିରଫ କରାଯାଇଛି ।

Tags: