ସିବିଏସଇ ଢାଞ୍ଚାରେ ପ୍ରଥମ ଥର +୨ ପିଲା ଦେବେ ଇମ୍ପ୍ରୁଭମେଣ୍ଟ ପରୀକ୍ଷା

ସିବିଏସଇ ଢାଞ୍ଚାରେ ପ୍ରଥମ ଥର +୨ ପିଲା ଦେବେ ଇମ୍ପ୍ରୁଭମେଣ୍ଟ  ପରୀକ୍ଷା

ଭୁବନେଶ୍ୱର: ୨୦୨୬ ବର୍ଷ ପାଇଁ ପ୍ରଥମ କରି +୨  ପିଲାଙ୍କୁ ମିଳିବ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ସୁବିଧା । ଯୁକ୍ତ ଦୁଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଦେଇପାରିବ ଇମ୍ପ୍ରୁଭମେଣ୍ଟ ପରୀକ୍ଷା । ଯେକୌଣସି ଗୋଟିଏ ବିଷୟରେ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଢାଞ୍ଚାରେ ଉନ୍ନତି ପରୀକ୍ଷା ଦେବାର ବିକଳ୍ପ ପାଇବେ । +୨ ଫଳ ବାହାରିବାର ଦୁଇ ମାସ ମଧ୍ୟରେ ଦେଇ ପାରିବେ ପରୀକ୍ଷା । ପରୀକ୍ଷାଫଳକୁ ନେଇ ଅସନ୍ତୁଷ୍ଟ ଥିଲେ ଯେକୌଣସି ଗୋଟିଏ ବିଷୟରେ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ । ଏନେଇ  ସୂଚନା ଦେଇଛି ଉଚ୍ଚ ମଧ୍ୟମିକ ଶିକ୍ଷା ପରିଷଦ । ଚଳିତ ବର୍ଷ ଠାରୁ ଏହା ଲାଗୁ କରାଯିବ । ବିଶେଷ କରି ଯୁକ୍ତ ଦୁଇରେ ସମସ୍ତ ବିଷୟରେ ପାସ ହୋଇଥିବା ପିଲାମାନେ ଇମ୍ପ୍ରୁଭମେଣ୍ଟ ସୁଯୋଗ ପାଇପାରିବେ ।

ସମ୍ବନ୍ଧିତ ଖବର ସୁରୁଖୁରୁରେ ଚାଲିଛି ୨ୟ ପର୍ଯ୍ୟାୟ ବିଧାନସଭା ବଜେଟ ଅଧିବେଶନ

Tags: