ଚିଙ୍ଗୁଡ଼ି ଘେରି ଯାଗୁଁ ବାଲେଶ୍ୱରରେ ସହରରେ ବନ୍ୟା ସ୍ଥିତି - ସାଂସଦ

ଚିଙ୍ଗୁଡ଼ି ଘେରି ଯାଗୁଁ ବାଲେଶ୍ୱରରେ ସହରରେ ବନ୍ୟା ସ୍ଥିତି - ସାଂସଦ
Samaya Live News Picture
Published On

ବାଲେଶ୍ୱର : ଚଳିତ ବନ୍ୟାରେ ବାଲେଶ୍ୱର ଜିଲ୍ଲା ହେଉଛି ଅଧିକ କ୍ଷତିଗ୍ରସ୍ତ । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲା ବାସୀଙ୍କ ବଢିଛି ଦୁର୍ଦ୍ଦଶା । ତେବେ ବାଲେଶ୍ୱର ବନ୍ୟା ପାଇଁ ଚିଙ୍ଗୁଡ଼ି ଘେରି ଦାୟୀ । ବନ୍ୟା ସମସ୍ୟାର ପ୍ରକୃତ କାରଣ କହିଛନ୍ତି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ । ଇଞ୍ଜିନିୟରିଂ ତ୍ରୁଟି ଏବଂ ଚିଙ୍ଗୁଡ଼ି ଘେରି ପାଇଁ ବନ୍ୟା ସମସ୍ୟା ଉତ୍ପନ୍ନ ହେଉଛି । ଏଥିପାଇଁ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ ବୋଲି କହିଛନ୍ତି ପ୍ରତାପ ଷଡ଼ଙ୍ଗୀ । 

ବେଆଇନ ଚିଙ୍ଗୁଡ଼ି ଘେରି ଯୋଗୁଁ ପାଣି ନିଷ୍କାସନରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ଅନେକ ଦିନ ଧରି ଜଳବନ୍ଦୀ ରହି ନାହିଁ ନଥିବା ଅବସ୍ଥା ଭୋଗିଲେ ଲୋକେ । ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ବିଭିନ୍ନ ଦଳରୁ ଲୋକେ ବାଲେଶ୍ୱର ଉପକୂଳରେ ହଜାର ହଜାର ସଂଖ୍ୟାରେ ବେଆଇନ ଚିଙ୍ଗୁଡ଼ି ଘେରି କରୁଛନ୍ତି । ଯେଉଁଥିପାଇଁ ବନ୍ୟା ଜଳ ନିଷ୍କାସନରେ ସମସ୍ୟା ଉତ୍ପନ୍ନ ହେଉଛି । ତେବେ ଏଥିପାଇଁ କେହି ମୁହଁ ଖୋଲିବାକୁ ସାହାସ କରୁନାହାଁନ୍ତି । 

ସେହିପରି ଅନେକ ବନ୍ଧ ନିର୍ମାଣରେ ବୈଷୟିକ ତ୍ରୁଟି ରହିଛି । ଆବଶ୍ୟକ ପରିମାଣରେ ବ୍ରିଜ୍ ନାହିଁ । ଲୋକେ ମଧ୍ୟ ଡ୍ରେନକୁ ଅବରୋଧ କରି ଦୋକାନ ଏବଂ ପାଚେରୀ ନିର୍ମାଣ କରିଛନ୍ତି । ଏହାର ସମାଧାନ ପାଇଁ ଏକ ମାଷ୍ଟରପ୍ଲାନ୍ ପ୍ରସ୍ତୁତ ହେବ । ଏଥିପାଇଁ ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ମଧ୍ୟ ପ୍ରସ୍ତାବ ଦେଇଛି । ଏହି ସମସ୍ୟାର ସମାଧାନ ପାଇଁ ସରକାର ପ୍ରତିବଦ୍ଧ ଥିବା ସାଂସଦ କହିଛନ୍ତି ।  

 

Tags: