ଉଡ଼ାଣରେ ବିଳମ୍ବ ଯୋଗୁଁ ଭୁବନେଶ୍ୱର ବିମାନ ବନ୍ଦରରେ ଉତ୍ତେଜନା

ଉଡ଼ାଣରେ ବିଳମ୍ବ ଯୋଗୁଁ ଭୁବନେଶ୍ୱର ବିମାନ ବନ୍ଦରରେ ଉତ୍ତେଜନା

ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦରରେ ହଟ୍ଟଗୋଳ । ଇଣ୍ଡିଗୋ ବିମାନ ଉଡ଼ାଣରେ ବିଳମ୍ବକୁ ନେଇ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଯାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ୭୦୦ରୁ ଅଧିକ ଯାତ୍ରୀଙ୍କ ମଧ୍ୟରେ  ଅସନ୍ତୋଷ ଦେଖିବାକୁ ମିଳିଛି । ଗତ ରାତି ୯ଟାରୁ ୧୧ଟା ଭିତରେ ବିମାନ ଉଡ଼ାଣ ଭରିବାର ଥିବା ବେଳେ ସୂଚନା ନଦେଇ ବାତିଲ ହୋଇଥିଲା ବିମାନ। 

Read More ବିଧାୟକଙ୍କୁ ହତ୍ୟା ଧମକ

ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ୯ଟାରୁ ୧୧ଟା ମଧ୍ୟରେ ଇଣ୍ଡିଗୋ ବିମାନଟି ଭୁବନେଶ୍ୱରରୁ ବାଙ୍ଗାଲୋର, ଦିଲ୍ଲୀ ଓ ମୁମ୍ବାଇ ଯାଇଥାନ୍ତା । ହେଲେ ଯାତ୍ରୀମାନଙ୍କୁ ନଜଣାଇ କିମ୍ବା କୌଣସି ପ୍ରକାର ସୂଚନା ନଦେଇ ଫ୍ଲାଇଟ୍ କ୍ୟାନ୍ସଲ ହୋଇଥିଲା । ବୁଧବାର ସକାଳୁ ଆଉଥରେ ସିକ୍ୟୁରିଟି ଚେକ୍ ଇନ୍ ସହ ବୋଡିଂ ପାସ୍ ଧରାଇ ଦେଲେ । ହେଲେ ଦିନ ୧୧ ଟା ସୁଦ୍ଧା ବିମାନ ଉଡାଣ ନକରିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇ ଏୟାରପୋର୍ଟରେ ହୋହାଲ୍ଲା ଓ ପାଟିତୁଣ୍ଡ କରିଥିଲେ । ପ୍ରାୟ ୭୦୦ରୁ ଅଧିକ ଯାତ୍ରୀ ବିମାନବନ୍ଦରରେ ଅସନ୍ତୋଷ ପ୍ରକାଶ କରୁଥିବାର ଦେଖିବାକୁ ମିଳିଛି । ସେପଟେ ବିମାନବନ୍ଦର କର୍ତ୍ତୃପକ୍ଷ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବାବେଳେ ବିମାନ ଉଡ଼ାଣରେ ବିଳମ୍ବକୁ ନେଇ କୌଣସି ସଠିକ ତଥ୍ୟ ଦେଇ ନଥିବା ସୂଚନା ମିଳିଛି । ତେବେ ଖରାପ ପାଗ ଯୋଗୁଁ ବିମାନ ଉଡ଼ାଣରେ ବିଳମ୍ବ ହେଉଥିବା କୁହାଯାଉଛି । 

Read More ଭଙ୍ଗାଯିବ ବିପଦ ସଂଙ୍କୁଳ କୋଠା - ନଗର ଉନ୍ନୟନ ମନ୍ତ୍ରୀ

 

Read More ବିଜେପିରେ ମିଶିବେ ପ୍ରଫୁଲ୍ଲ ସାମଲଙ୍କ ୨ ପୁଅ !

Tags: