କାଠଯୋଡ଼ିକୁ ଖସି ଫ୍ଲାଗ ମ୍ୟାନଙ୍କ ମୃତ୍ୟୁ
କଟକ : କାଠଯୋଡ଼ି ନଦୀରେ ଅଘଟଣ । ନଦୀ ଉପରେ ଯାଇଥିବା ରେଳ ସେତୁ ଉପରୁ ୫୦ଫୁଟ ତଳକୁ ଖସି ଫ୍ଲାଗ ମ୍ୟାନଙ୍କ ମୃତ୍ୟୁ। ମୃତକ ହେଲେ ଯାଜପୁର ଅଞ୍ଚଳର ସୁବାସ ରାଉଳ । ସେ ଆଜି ଡ୍ୟୁଟିରେ ଥିବାବେଳେ ଅସାଧବନତା ବଶତଃ ତଳକୁ ଖସି ପଡ଼ିଥିଲେ । ତାଙ୍କୁ ତୁରନ୍ତ ସେଠାରୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା ପରେ ରେଳବାଇ କର୍ମଚାରୀ ମହଳ ଓ ମୃତକଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ରେଳବାଇ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।
Tags:




