ଭୋଗରାଇ ଜଙ୍ଗଲରୁ ୫ ବିରଳ ଓରାଙ୍ଗଉଟାଙ୍ଗ ଉଦ୍ଧାର
ବାଲେଶ୍ୱର : ବାଲେଶ୍ବରରୁ ଉଦ୍ଧାର ହେଲା ବିରଳ ଓରାଙ୍ଗଉଟାଙ୍ଗ । ଭୋଗରାଇ ବ୍ଲକ ରଣକୋଠା PRF ବଡ଼ପାହି ନିକଟରୁ ୫ଟି ବିରଳ ପ୍ରଜାତିର ଓରାଙ୍ଗଓଟାଙ୍ଗ ଠାବ ହୋଇଛି । ଏକାଥରେ ୫ଟି ବିରଳ ପ୍ରଜାତିର ଜୀବ ଜଙ୍ଗଲରେ ଦେଖାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଜୀବଗୁଡ଼ିକୁ ଉଦ୍ଧାର ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ପଶୁ ଚିକିତ୍ସାଳୟକୁ ନିଆଯାଇଛି । ଦେଖିବାକୁ ଅବିକଳ ବଣମଣିଷ ଭଳି । ଭାରତୀୟ ଜଙ୍ଗଲରେ ଓରାଙ୍ଗଉଟାନ ଦେଖା ଯାଉନଥିବା ବେଳେ ବାଲେଶ୍ବର ଉଦୟପୁର ଜଙ୍ଗଲକୁ ୫ ଟି ଓରାଙ୍ଗଓଟାନ କୋଉଠୁ କେମିତି ଆସିଲେ ସେନେଇ ଅନୁଧ୍ୟାନ କରୁଛି ବନବିଭାଗ । ଖବର ପ୍ରସାରଣ ପରେ ବିଚିତ୍ରପୁର ଜଙ୍ଗଲ ନିକଟରେ ଲୋକଙ୍କ ଭିଡ଼ ଜମିଥିଲା । ପରେ ବନବିଭାଗ କର୍ମଚାରୀ ପହଂଚି ୫ ଜୀବଙ୍କୁ ଉଦ୍ଧାର କରିଛନ୍ତି । କିନ୍ତୁ ପ୍ରଶ୍ନ ଉଠୁଛି ଗ୍ରାମାଞ୍ଚଳର ଏହି ଜଙ୍ଗଲରେ ଏଭଳି ଜୀବ ଆସିଲେ କେଉଁଠୁ ? କେହି ଏମାନଙ୍କୁ ପୋଷିଥିଲେ କି? କୌଣସି ସ୍ଥାନରୁ ଏମାନଙ୍କୁ ଏଠାକୁ ଅଣାଯାଇଥିଲା କି ? ବନବିଭାଗର ତଦନ୍ତ ପରେ ପ୍ରକୃତ ଜଣାପଡ଼ିବ ।
ସେପଟେ, ଏହାକୁ ଆନ୍ତର୍ଜାତୀୟ ସ୍ମଗଲିଂ ହେଉଥିବା କହିଛନ୍ତି ପିସିସିଏଫ ପ୍ରେମ ଝା । ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାଙ୍ଗଙ୍କୁ ନନ୍ଦନ କାନନ ଅଣାଯିବ । ଏଥିପାଇଁ ନନ୍ଦନକାନନ ରୁ ଏକ ଟିମ ବାଲେଶ୍ୱର ଅଭିମୁଖେ ବାହାରିଛନ୍ତି । ୫ ଓରାଙ୍ଗଉଟାନଙ୍ଗ ଙ୍କ ମଧ୍ୟରୁ ଜଣକୁ ଡିହାଇଡ୍ରେସନ ହୋଇଥିବାରୁ ତାକୁ ଓଆରଏସ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ସମସ୍ତେ ସୁସ୍ଥ ଥିବା କହିଛନ୍ତି ପିସିସିଏଫ ।ନନ୍ଦନକାନରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । କେଉଁଠୁ ଆସିଲେ , କେମିତି ଆସିଲେ ତାହାର ତଦନ୍ତ କାରାଯିବ । ନନ୍ଦନକାନନରେ ତାଙ୍କୁ ରଖିବାକୁ ବ୍ୟବସ୍ଥା କରାଯିବ ।




