ଆଜି ନାମାଙ୍କନ ଭରିବେ ୫ ରାଜ୍ୟସଭା ପ୍ରାର୍ଥୀ

ଆଜି ନାମାଙ୍କନ ଭରିବେ ୫ ରାଜ୍ୟସଭା  ପ୍ରାର୍ଥୀ
Samaya Live News Picture
Published On

ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପାଇଁ ରାଜନୈତିକ ପାଣିପାଗ ସରଗରମ ଇ  ଓଡ଼ିଶାର ୪ ରାଜ୍ୟସଭା ଆସନରେ ନାମାଙ୍କନ ଦାଖଲର ଶେଷଦିନ। ଆଜି ଶେଷଦିନରେ ୫ ପ୍ରାର୍ଥୀ ନାମାଙ୍କନ ଭରିବେ। ପ୍ରଥମ ଦୁଇ ଆସନ ପାଇଁ ବିଜେପିର ମନମୋହନ ସାମଲ ଓ ସୁଜିତ କୁମାର ପ୍ରାର୍ଥୀ ହୋଇଥିବାବେଳେ ତୃତୀୟ ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି ବିଜେଡିର ସଂତୃପ୍ତ ମିଶ୍ର।

ତେବେ ଚତୁର୍ଥ ଆସନ ପାଇଁ ଏଥର ହେବ ରୋଚକ ଲଢେଇ। କାରଣ ଚତୁର୍ଥ ଆସନରେ ବିଜେଡି କମନ୍ କ୍ୟାଣ୍ଡେଟ୍ ଭାବେ ଦତ୍ତ୍ବେଶ୍ବର ହୋତାଙ୍କ ନାଁ ଘୋଷଣା କରିଥିବାବେଳେ ସମର୍ଥନ ଘୋଷଣା କରିଛି କଂଗ୍ରେସ। ଏପଟେ ଚତୁର୍ଥ ସିଟ୍ ପାଇଁ ବିଜେପି ସମର୍ଥନ ସହ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ଦିଲ୍ଲୀପ ରାୟ। ଏଭଳି ସ୍ଥଳେ ଦିଲ୍ଲୀପ ବନାମ ଦତ୍ତେଶ୍ବର ଲଢେଇରେ ରୋଚକ ଚିତ୍ର ଦେଖିବାକୁ ମିଳିପାରେ। ଆଜିର ନାମାଙ୍କନରେ କିଏ କାହା ପାଇଁ ହେବ ପ୍ରସ୍ତାବକ ସେଥିରୁ ପ୍ରାୟତଃ ସ୍ପଷ୍ଟ ଚିତ୍ର ମିଳିବ । ତେବେ  ବିଜେଡି ଓ କଂଗ୍ରେସକୁ ଘାରିଛି କ୍ରସ୍ ଭୋଟିଂ ଭୟ।

Tags: