ବ୍ରହ୍ମପୁରରେ ଭୟଙ୍କର ସଡକ ଦୁର୍ଘଟଣା ୫ ମୃତ,୬ ଆହତ
By: Samaya Live News
ବ୍ରହ୍ମପୁର : ବ୍ରହ୍ମପୁର ହଳଦିଆ ପାଦର ଓଭର ବ୍ରିଜ ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୬ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ବ୍ରହ୍ମପୁର MKCG ହସ୍ପିଟାଲରେ ଭର୍ତି କରାଯାଇଛି । ୩ ବାଇକ ଆରୋହୀଙ୍କୁ ବିପରୀତ ଦିଗରୁ ଆସି ଟ୍ରକଟି ଧକ୍କା ଦେଇଥିଲା । ରାସ୍ତାରେ ଏଣେତେଣେ ମୃତଦେହ ଗୁଡିକ ଛିଟିକି ପଡିଥିବାବେଳେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀମାନେ ଆସି ପହଞ୍ଚିଛନ୍ତି ।
ସମ୍ବନ୍ଧିତ ଖବର ସରିଲା କ୍ୟାବିନେଟ,୧୨ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର
ଏହି ଦାରୁଣ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏ ସହାୟତା ରାଶି ଘୋଷଣା କରିଛନ୍ତି। ଏହା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସମ୍ବନ୍ଧିତ ଖବର 'ସୁଭଦ୍ରା ବସ' ବସ ଚଳାଇବେ ମହିଳା
Tags:



