ନିଶ୍ଚିନ୍ତକୋଇଲି ଗଣ ଦୁଷ୍କର୍ମ ଘଟଣାରେ ୫ ଗିରଫ
କଟକ : କଟକ ନିଶ୍ଚିନ୍ତକୋଇଲି ଥାନା ଶୁକରପଡ଼ା ଗଣଦୁଷ୍କର୍ମ ଘଟଣାରେ ପାଞ୍ଚ ଅଭିଯୁକ୍ତ ଅଟକ । ଏହି ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି । ଏହି ଘଟଣାରେ ଏକ ବାଇକ୍ ଏବଂ ଏକ ଟାଟା ଏସି ଗାଡି ଜବତ କରିଛି ପୋଲିସ । ପୀଡ଼ିତାଙ୍କ ଡାକ୍ତରୀ ମାଇନା ସହ ପୁରୁଷ ବନ୍ଧୁଙ୍କ BNSSର ଧାରା ୧୮୦ ଅନୁଯାୟୀ ବୟାନ ମଧ୍ୟ ରେକର୍ଡ କରିଛି ପୋଲିସ ।
ଘଟନାନୁସାରେ, ଗତ ମଙ୍ଗଳବାର ଦିନ ଜଣେ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁ ଏକ କାରରେ ଭୁବନେଶ୍ୱରରୁ ସାଲେପୁର ରାସ୍ତା ଦେଇ କେନ୍ଦ୍ରାପଡ଼ା ଯାଉଥିବାବେଳେ ଶୁକରପଡ଼ା ଡାକବଙ୍ଗଳା ନିକଟରେ ଗାଡ଼ି ଅଟକାଇ ବିଶ୍ରାମ ନେଉଥିଲେ । ଏହି ସମୟରେ ରାତି ପ୍ରାୟ ୩ଟାରୁ ସାଢ଼େ ୩ଟା ମଧ୍ୟରେ ୪ରୁ ୬ଜଣ ଆସାମାଜିକ ଯୁବକ ସେଠାରେ ପହଞ୍ଚି କାରର କାଚ ବାଡେଇଥିଲେ । ଗାଡ଼ି ବାଡ଼େଇବା ପରେ ପୀଡିତା ଓ ଡ୍ରାଇଭର୍ ଗାଡ଼ି ଷ୍ଟାର୍ଟ କରି ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ । ହେଲେ କିଛି ଯୁବକ ବାଇକ୍ ଧରି ଗାଡ଼ି ସାମ୍ନାରେ ଠିଆ ହୋଇଯାଇଥିଲେ । ଫଳରେ କାର୍ ନେଇ ଖସି ଯାଇପାରିଲେ ନାହିଁ ପୀଡ଼ିତା ଓ ତାଙ୍କ ବନ୍ଧୁ। ଏମାନେ ନ ଖୋଲିବାରୁ ଏକ ଚିମୁଟା ସାହାଯ୍ୟରେ କାର କବାଟକୁ ତାଡ଼ି ଯୁବତୀଙ୍କୁ ଘୋଷାଡ଼ି ଘୋଷାଡ଼ି ନେଇଯାଇଥିଲେ ଅଭିଯୁକ୍ତ । ଏପରିକି ପୁରୁଷ ବନ୍ଧୁ ପୀଡ଼ିତାଙ୍କୁ ଅଟକାଇବାରୁ ତାଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଅଶ୍ରାବ୍ୟ ଭାଷାରେ ଗଲି ଗୁଲଜ କରିଥିଲେ ଅଭିଯୁକ୍ତ । ଏହାପରେ ଯୁବତୀଙ୍କୁ ନିକଟସ୍ଥ ଏକ ପରିତ୍ୟକ୍ତ ଘରକୁ ନେଇ ଗଣଦୁଷ୍କର୍ମ କରିବା ସହ କାର ରେ ବସାଇ ଅପହରଣ କରିବାକୁ ଉଦ୍ୟମ କରିଥିଲେ ଇ କିନ୍ତୁ ପୁରୁଷ ବନ୍ଧୁ ଜଣଙ୍କ କୌଶଳକ୍ରମେ ଗାଡିକୁସହବି ନେଇ ଯିବାରୁ ଅଭିଯୁକ୍ତମାନେ କାରକୁ ସେଠାରେ ଛାଡି ଫେରାର ହୋଇଯାଇଥିଲେ ଏକ ପରିତ୍ୟକ୍ତ ଘରେ ଯୁବତୀଙ୍କ ସହିତ ଗଣଦୁଷ୍କର୍ମ କରିଥିଲେ । ଏହା ପରେ ସେଠାରେ ଛାଡ଼ି ଫେରାର ହୋଇଯାଇଥିଲେ ।
ସୂଚନାନୁସାରେ, ପୀଡ଼ିତାଙ୍କ ଘର କେନ୍ଦ୍ରାପଡ଼ା ସହର ରେ ହୋଇଥିବାବେଳେ ସେ ରାଜଧାନୀର ଏକ ମଲ୍ରେ କାମ କରନ୍ତି । ସେହିପରି ଯୁବକଙ୍କ ଘର ନୟାଗଡ଼ ଫତେଗଡ଼ ଅଞ୍ଚଳରେ । ନିଜେ କାର କିଣି ଭଡ଼ାରେ ଲଗାଇବା ସହ ଡ୍ରାଇଭିଂ କରନ୍ତି । ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନର ବନ୍ଧୁତା ରହିଥିଲା ।




