ମାଛଧରା ଟ୍ରଲରରୁ ମତ୍ସ୍ୟଜୀବୀ ନିଖୋଜ

ମାଛଧରା ଟ୍ରଲରରୁ ମତ୍ସ୍ୟଜୀବୀ ନିଖୋଜ
Samaya Live News Picture
Published On

ଧାମରା : ଧାମରା ମତ୍ସ୍ୟପୋତାଶ୍ରୟ ଅଧୀନରେ ଥିବା ଏକ ମାଛଧରା ଟ୍ରଲରରୁ ଜଣେ ମତ୍ସ୍ୟଜୀବୀ ସମୁଦ୍ରକୁ ଖସିପଡ଼ି ନିଖୋଜ ହୋଇଥିବା ନେଇ ଧାମରା ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ ହୋଇଛି । ନିଖୋଜ ମତ୍ସ୍ୟଜୀବୀ ହେଲେ ରବୀନ୍ଦ୍ର ସିଂ । 

ଘଟନାନୁଯାୟୀ ,‘ଓମ୍‌ ତାରିଣୀ ମା’ ନାମକ ମାଛଧରା ଟ୍ରଲରଟି ମାଛ ଧରି ସମୁଦ୍ରରୁ ଫେରୁଥିବା ସମୟରେ ଏଥିରେ କାର୍ଯ୍ୟରତ ମତ୍ସ୍ୟଜୀବୀ ରବୀନ୍ଦ୍ର ସିଂ (୩୭) କୌଣସି କାରଣରୁ ସମୁଦ୍ରକୁ ଖସିପଡ଼ିଥିଲେ । ତେବେ ସେ କେଉଁ ସ୍ଥାନରେ ଟ୍ରଲରରୁ ଖସିପଡ଼ିଥିଲେ କିମ୍ବା କେଉଁଠାରେ ନିଖୋଜ ହୋଇଛନ୍ତି, ସେ ସମ୍ପର୍କରେ ଏଯାବତ୍‌ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ନିଖୋଜ ରବୀନ୍ଦ୍ରଙ୍କ ଘର ମୟୂରଭଞ୍ଜ ଜିଲ୍ଲାର ଡୁମୁରଡିହ ଗ୍ରାମରେ ବୋଲି ଜଣାପଡ଼ିଛି। ଘଟଣା ସମ୍ପର୍କରେ ଧାମରା ସାମୁଦ୍ରିକ ଥାନାରେ ମାମଲା ରୁଜୁ ହୋଇଥିବାବେଳେ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ନିଖୋଜ ମତ୍ସ୍ୟଜୀବୀଙ୍କ ସନ୍ଧାନ ପାଇଁ ମଧ୍ୟ ଉଦ୍ୟମ ଚାଲିଛି ।

Tags: