ଏପ୍ରିଲ ରୁ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଜନଗଣନା

ଏପ୍ରିଲ ରୁ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଜନଗଣନା
Samaya Live News Picture
Published On

ଭୁବନେଶ୍ୱର : ୨୦୨୬ ଏପ୍ରିଲରୁ ଓଡ଼ିଶାରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା । ଏଥିପାଇଁ ଲକ୍ଷାଧିକ ଜନଗଣନା ଅଧିକାରୀ ନିଯୁକ୍ତ ହେବେ । ୩ ମାସ ଧରି ସେମାନଙ୍କୁ ଟ୍ରେନିଂ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ଘର ଓ ଆସବାବ ପାତ୍ର ଗଣନା ହେବ ସେହିପରି ୨୦୨୭ ଫେବୃଆରୀ ରୁ ୨ୟ ପର୍ଯ୍ୟାୟ ଜନଗଣନା ଆରମ୍ଭ ହେବ । ଏଥିରେ ଘରକୁ ଘର ବୁଲି ଜନଗଣନା କରାଯିବ । ଏନେଇ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି ଉନ୍ନୟନ କମିଶନର । ଏନେଇ ଜନଗଣନା ନିର୍ଦ୍ଦେଶକ ନିଖିଲ ପୱନ କଲ୍ୟାଣ ସୂଚନା ଦେଇଛନ୍ତି। ଲୋକସେବା ଭବନରେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଜନଗଣନା ସମନ୍ୱୟ କମିଟି ବୈଠକ ବସିଥିଲା। ଜନଗଣନା ନିର୍ଦ୍ଦେଶକଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

୨୦୦ ଘର ପାଇଁ ଜଣେ ଜନଗଣନା ଅଧିକାରୀ ନିଯୁକ୍ତ ହେବେ । ୬ ଜଣ ଅଧିକାରୀଙ୍କ ପାଇଁ ଜଣେ ସୁପ୍ରଭାଇଜର ନିଯୁକ୍ତ ହେବେ। ପ୍ରାୟ ଲକ୍ଷେ ଜନଗଣନା ଅଧିକାରୀ ନିଯୁକ୍ତ କରାଯିବ। ଜଣେ ଜନଗଣନା ଅଧିକାରୀଙ୍କୁ ୨୫ ହଜାର ଆର୍ଥିକ ପ୍ରୋତ୍ସାହନ ଦିଆଯିବ। ଏପ୍ରିଲରୁ ମେ ଭିତରେ ପ୍ରଥମ ଫେଜରେ ଘର ମାର୍କ ହେବ । ୨୦୨୭ ଫେବୃଆରୀରୁ ଦ୍ଵିତୀୟ ପର୍ଯ୍ୟାୟରେ ଜନଗଣନା ହେବ।

ଜଣେ ଲୋକ ନିଜେ ଚାହିଁଲେ ନିଜର ତଥ୍ୟ ଦେଇପାରିବେ ୱେବସାଇଟ ଜରିଆରେ ପଞ୍ଜିକୃତ କରି ପାରିବେ। ମୋବାଇଲ ନମ୍ବରରେ ଓଟିପି ବେସଡ ହେବ। ଗୋଟିଏ ନମ୍ବର ଦୁଇ ଥର ବ୍ୟବହାର କରି ପାରିବେନି କି ଆପରୁ ସ୍କ୍ରିନ ସଟ ମଧ୍ୟ ନେଇପାରିବେ ନାହିଁ। 

ରାଜ୍ୟରେ ଜନଗଣନା ପାଇଁ ୬ ମାସ ଧରି ପ୍ରସ୍ତୁତି ଚାଲିଥିଲା । ଭୁବନେଶ୍ୱର କଟକରେ ପ୍ରି- ଟେଷ୍ଟ ସରିଛି। ନୂଆ ଘୋଷଣା ହୋଇଥିବା ଏନଏସି ଏବଂ ପୌରପାଳିକା ବାଉଣ୍ଡ୍ରି ଫାଇନାଲ ହୋଇଛି ।

Tags: