ହୀରାକୁଦରୁ ଛଡାଗଲା ପ୍ରଥମ ବନ୍ୟାଜଳ

ହୀରାକୁଦ: ଜୁଲାଇ ୧୮: ଆଜି ହୀରାକୁଦରୁ ପ୍ରଥମ ବନ୍ୟାଜଳ ଛଡ଼ାଯାଇଛି । ଆଜି ଦିନ ୧୧ଟା ବେଳେ ହୀରାକୁଦର ଗେଟ୍‌ ଖୋଲାଯାଇଛି । ପ୍ରଥମେ ୭ନଂ ଗେଟରେ ପାଣି ଛଡ଼ାଯାଇଛି । ପ୍ରଥମ ପର୍ଯ୍ୟାୟରେ ୫ଟି ଗେଟ୍‌ ଖୋଲାଯିବା ନେଇ ସୂଚନା ରହିଛି । ପରମ୍ପରା ଅନୁସାରେ ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ସୁଇସ୍‌ ଗେଟ୍‌ ଖୋଲାଯାଇଛି । ହୀରାକୁଦ ଡ୍ୟାମର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ପରେ ଜଳସ୍ତର ବୃଦ୍ଧି ପାଇଛି । ଆଜି […]

Samaya Live Picture
Published On

ହୀରାକୁଦ: ଜୁଲାଇ ୧୮: ଆଜି ହୀରାକୁଦରୁ ପ୍ରଥମ ବନ୍ୟାଜଳ ଛଡ଼ାଯାଇଛି । ଆଜି ଦିନ ୧୧ଟା ବେଳେ ହୀରାକୁଦର ଗେଟ୍‌ ଖୋଲାଯାଇଛି । ପ୍ରଥମେ ୭ନଂ ଗେଟରେ ପାଣି ଛଡ଼ାଯାଇଛି । ପ୍ରଥମ ପର୍ଯ୍ୟାୟରେ ୫ଟି ଗେଟ୍‌ ଖୋଲାଯିବା ନେଇ ସୂଚନା ରହିଛି । ପରମ୍ପରା ଅନୁସାରେ ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ସୁଇସ୍‌ ଗେଟ୍‌ ଖୋଲାଯାଇଛି । ହୀରାକୁଦ ଡ୍ୟାମର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ପରେ ଜଳସ୍ତର ବୃଦ୍ଧି ପାଇଛି । ଆଜି ସକାଳୁ ଡ୍ୟାମର ଜଳପତ୍ତନ ୬୧୩.୦୮ ଫୁଟ୍‌ ରହିଥିଲା । ସେହିପରି ଡ୍ୟାମ୍‌ ଭିତରକୁ ୧,୩୫,୧୪୧ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିବାବେଳେ ୩୯,୩୪୮ କ୍ୟୁସେକ୍‌ ପାଣି ନିଷ୍କାସନ କରାଯାଉଥିଲା । ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍‌ ରହିଥିଲା । ଏହାକୁ ନଜରରେ ରଖି ଆଜି ବନ୍ୟାଜଳ ଖୋଲାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହା ଫଳରେ ମହାନଦୀ ଓ ତାର ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଇବା ଆଶଙ୍କା ରହିଛି । ଏଥିପାଇଁ ତଳମୁଣ୍ଡରେ ରହୁଥିବା ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।