ବିଦ୍ୟୁତ ଆଘାତରେ କର୍ତବ୍ୟରତ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ

ବିଦ୍ୟୁତ ଆଘାତରେ କର୍ତବ୍ୟରତ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ
Samaya Live News Picture
Published On

କେନ୍ଦୁଝର : ବନ୍ୟାଞ୍ଚଳରେ କର୍ତବ୍ୟରତ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ । କେନ୍ଦୁଝର ସହରରୁ ଆସିଛି ଏଭଳି ଦୁଃଖଦ ଖବର । ଜଳବନ୍ଦୀ ଘେରରୁ ପାଣି ନିଷ୍କାସନ ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଅଗ୍ନିଶମ କର୍ମଚାରୀ ଚନ୍ଦନ ପଟ୍ଟନାୟକଙ୍କର ଅକାଳ ବିୟୋଗ ଘଟିଛି  । ପ୍ରଚଣ୍ଡ ବିଦ୍ୟୁତ ଆଘାତରେ ତାଙ୍କର ହୃଦ୍ଘାତ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି ।

ସୂଚନାନୁସାରେ, କେନ୍ଦୁଝରରେ ଦୁଇ ଦିନ ଧରି ଲଗାଣ ବର୍ଷାରେ ଜନ ଜିବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା। ରାସ୍ତା ଘାଟ ଘର ଦ୍ୱାର ସବୁ ଆଡେ ପାଣି ଭରି ଯାଇଥିଲା। କାଲି ଠାରୁ ବିଭିନ୍ନ ସ୍ଥାନରେ ଜଳ ନିଷ୍କାସନ କରିବା ପାଇଁ କେନ୍ଦୁଝରଗଡ ପୌରପାଳିକା ଓ ଅଗ୍ନିଶମ ବାହିନୀର ଦଶଟି ଟିମ୍ ଜଳ ନିସ୍କାସନ କରିବାର ଲାଗି ଥିଲେ। ଆଜି ସକାଳେ ଟାଉନ ଥାନା ସରକାରି ବାଳିକା ବିଦ୍ୟାଳୟ ସମ୍ମୁଖ ପୋଲିସ କ୍ଲବ୍ ଏଵଂ ପାଖରେ ଥିବା ବିଭିନ୍ନ ଘର ଭିତରୁ ଥିବା ଜଳ ନିଷ୍କାସନ କରୁଥିଲେ ଅଗ୍ନୀଶମ ବାହିନୀର ଦୁଇଟି ଟିମ୍ । 

ଏହି ସମୟରେ ଘର ପରିସରରେ ଥିବା ଏକ ଲୁଗା ଶୁଖା ତାର ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚାର୍ଜ ହୋଇଯାଇଥିଲା । ଅଗ୍ନିଶମ କର୍ମଚାରୀ ଚନ୍ଦନ ପଟ୍ଟନାୟକ ଅଜାଣତରେ ଉକ୍ତ ଲୁଗା ଶୁଖା ତାର ସଂସ୍ପର୍ଶରେ ଆସିବାରୁ ବିଦ୍ୟୁତ ଆଘାତ ପାଇ ଛିଟିକି ପଡ଼ିଥିଲେ । ତାଙ୍କୁ ତୁରନ୍ତ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଖବର ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । 

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଗ୍ନିଶମ କର୍ମଚାରୀ ଚନ୍ଦନ ପଟ୍ଟନାୟକଙ୍କର ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଏହି କଠିନ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି । 

 

Tags: