ଆଜିଠାରୁ ଅଗ୍ନି ନିରାପତ୍ତା ଯାଞ୍ଚ କଡାକଡି

ଆଜିଠାରୁ ଅଗ୍ନି ନିରାପତ୍ତା ଯାଞ୍ଚ କଡାକଡି
Samaya Live News Picture
Published On

ଭୁବନେଶ୍ୱର : ଅଗ୍ନିକାଣ୍ଡ ଅଘଟଣ ଏଡାଇବାକୁ ଆକ୍ସନ ପ୍ଲାନ୍ । ଆଜିଠୁ ଆରମ୍ଭ ହେଉଛି ଅଗ୍ନିଶମ ବିଭାଗର ସରପ୍ରାଇଜ ଯାଞ୍ଚ ପ୍ରକ୍ରିୟା । "ସୁରକ୍ଷିତ ଓଡିଶା ବିକଶିତ ଓଡିଶା" ଲକ୍ଷ୍ୟ ନେଇ, ଆଜିଠାରୁ ଏକ ମାସ ପର୍ଯ୍ୟନ୍ତ ଚାଲିବ ଅଭିଯାନ । ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଗୁଡିକରେ ଅଗ୍ନିଶମ ପ୍ରମାଣପତ୍ର ଅଛି କି ନାହିଁ ? ଡାକ୍ତରଖାନା, ଅଫିସ ସମେତ ଯେଉଁ ଅଗ୍ନି ସୁରକ୍ଷା ନିୟମ ରହିଛି, ତାକୁ ପାଳନ କରାଯାଉଛି କି ନାହିଁ? ସୁରକ୍ଷା ନିରାପତ୍ତା ନଥିଲେ ହେବ ଆକ୍ସନ । ଏନେଇ ପୁର୍ବରୁ ଅଗ୍ନିଶମ ବିଭାଗ ପକ୍ଷରୁ ଅବଗତ କରାଯାଇଛି । 

ଚଞ୍ଚକତା କରି ଅଗ୍ନି ସୁକଷା ପ୍ରମାଣପତ୍ର ହାତେଇ ଅଗ୍ନିସୁରକ୍ଷା ଆଇନ ଓ ଅଧିନିୟମକୁ ମାନୁ ନଥିବା ଅମାନିଆଙ୍କୁ ଖୋଜି ବାହାର କରିବା ସହ ନୋଟିସ କରିବ ଅଗ୍ନିଶମ ବିଭାଗ । ଅଗ୍ନିକଣ୍ଡ ଘଟିବା ପରେ ଆକ୍ସନ୍ ନୁହେଁ, ବରଂ ଅଗ୍ନିକାଣ୍ଡକୁ ରୋକିବା ପାଇଁ ଆଗୁଆ ପଦକ୍ଷେପ । ଫାୟାର ସେଫ୍ଟି ନିୟମର କଡ଼ାକଡ଼ି ଲାଗୁ ପାଇଁ ଆସନ୍ତା ୧୫ ସେପ୍ଟେମ୍ବରରୁ ସୁରକ୍ଷିତ ଓଡ଼ିଶା, ବିକଶିତ ଓଡ଼ିଶା ଅଭିଯାନ ଆରମ୍ଭ ହୋଇଛି ।

୧୯୯୩ ମସିହାରେ ଆସିଲା ଅଗ୍ନିଶମ ଆଇନ, ଆଉ  ୨୦୧୭ ମସିହାରେ ଏହାକୁ କାର୍ୟ୍ୟକାରୀ କରାଗଲା । ଉନ୍ନୟନ କତୃପକ୍ଷ, ଏନେଇ ଅଗ୍ନିଶମ ବିଭାଗ ପକ୍ଷରୁ ସାର୍ଟିଫିକେଟ ପାଇବା ପରେ, ଉକ୍ତ ସଂସ୍ଥାକୁ ପ୍ରମାଣପତ୍ର ଦେଉଛନ୍ତି । ବିଲଡିଂ ଗୁଡିକ ସେକ୍ସନ ୯(୧) ଅନୁସାରେ ୧୨ ମିଟରରୁ ଅଧିକ ହେଉଥିବା । ଅଣ୍ଡରଗ୍ରାଉଣ୍ଡରେ ପାଣି କେତେ ରହିବ? କେତୋଟି ସିଡ଼ି ରହିବ? ଗ୍ରାଉଣ୍ଡରେ କେତେ କ୍ଲିୟରାନ୍ସ ରହିବ ଏବଂ ବିଲଡିଂ ଚାରିପଟେ କେତେ ସ୍ଥାନ ରହିବ? ଆବଶ୍ୟକୟ ବ୍ୟବସ୍ଥା ନଥିବା ବା ଅସୁରକ୍ଷିତ ବିଲଡିଂ ଚିହ୍ନଟ କରିଛି ଅଗ୍ନିଶମ ବିଭାଗ ଓ ୨୦୨୬ ମସିହାରେ ୮୨୪ ଟି ବିଲଡିଂ ଅସୁରକ୍ଷିତ ଦର୍ଶାଇ ନୋଟିସ କରାଯାଇଛି ।

Tags: