ତୋଷାଳୀ ଭବନରେ ନିଆଁ
By: Samaya Live News
ଭୁବନେଶ୍ୱର : ସତ୍ୟନଗରରେ ଥିବା ତୋଷାଳୀ ଭବନରେ ନିଆଁ । ବିଦ୍ୟୁତ ସର୍ଟ ସର୍କିଟରୁ ଲୋକାୟୁକ୍ତ ଅଫିସରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ତେବେ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡ଼ିଟିନାହିଁ । ସମସ୍ତ କାଗଜ ପତ୍ର ପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଝରକା ଭାଙ୍ଗି ନିଆଁ ଲିବାଇବାକୁ ଉଦ୍ୟମ ଜାରି ରଖିଛନ୍ତି । ନିଆଁକୁ ଆୟତ୍ତକୁ ଆଣିବା ପାଇଁ ପ୍ରୟାସ ଜାରି ରହିଛି । ଖାରବେଳନଗର ଥାନା ପୋଲିସ ପହଞ୍ଚିସ୍ଥିତି ଅନୁଧ୍ୟାନ କରୁଛନ୍ତି ।
ସମ୍ବନ୍ଧିତ ଖବର ଗିରଫ ହେଲେ କୋଟିପତି ଫରେଷ୍ଟର
Tags:



