ମହାବୀର ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ

ମହାବୀର ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ
Samaya Live News Picture
Published On

ଭୁବନେଶ୍ୱର : ପ୍ରିୟଦର୍ଶିନୀ ମାର୍କେଟରେ ନିଆଁ । ଭୁବନେଶ୍ୱର ସିଆରପି ଛକରେ ଥିବା ପ୍ରିୟଦର୍ଶିନୀ ମାର୍କେଟ୍ ର ମହାବୀର ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି । ନିଆଁ ଧୀରେ ଧୀରେ ପ୍ରଥମ ମହଲରୁ ଲାଗି ୨ୟ ମହଲାକୁ ବ୍ୟାପୁଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବାବେଳେ ପ୍ରାୟ ଘଂଟାଏ ପୂର୍ବରୁ ନିଆଁ ଲାଗିଛି ବୋଲି ପ୍ରତ୍ୟକ୍ଷଦର୍ଶୀ କହୁଛନ୍ତି । ପ୍ରଥମେ ଗିଫ୍ଟ ଦୋକାନରୁ ନିଆଁ ଲାଗି ଅନ୍ୟ ଦୋକାନକୁ ବ୍ୟାପିଥିଲା । ଘଟଣାସ୍ଥଳରେ ୬ଟି ଦମକଳ ଗାଡି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ପ୍ରଥମ ମହଲ।ର ନିଆଁ ଲିଭାଇବାକୁ ସଫଳ ହୋଇଛନ୍ତି ବୋଲି ସୂଚନା ମିଳିଛି । ଦୋକାନରେ ଅଧିକ ପୋଷାକ ସାମଗ୍ରୀ ରହିଥିବାରୁ ନିଆଁର ଗତି ତୀବ୍ର ହେଉଥିବା କୁହାଯାଉଛି । ଦୋକାନ ଖୋଲିବା ପୂର୍ବରୁ ନିଆଁ ଲାଗିଯାଇଥିବା  ସୂଚନା ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା ଅଗ୍ନିଶମ କର୍ମଚାରୀମାନେ ଭିତରକୁ ପଶିପାରି ନାହାନ୍ତି । ପ୍ରଥମେ ଝରକା କାଚ ଭାଙ୍ଗି ଧୂଆଁ କାଢ଼ିବାକୁ ଚେଷ୍ଟା କରାଯାଉଛି । ଦୋକାନ ଭିତରେ କେଉଁଠି ଯଦି ନିଆଁଲାଗିଥିବ ଏଥିପାଇଁ ପାଣି ସ୍ପ୍ରେ କରାଯାଉଛି । ଅକ୍ସିଜେନ ସିଲିଣ୍ଡର ନେଇ ଭିତରକୁ ଯାଉଛନ୍ତି ଅଗ୍ନିଶମ କର୍ମଚାରୀ ।

ନିଆଁ ଲାଗି ପ୍ରଥମ ମହଲାର ପ୍ରାୟ ୧୦ରୁ ଉର୍ଦ୍ଧ୍ବ ଦୋକାନ କ୍ଷତିଗ୍ରସ୍ତ ହୋଇଥିବା ଜଣା ପଡିଛି । ଏକ ବହି ଦୋକାନ ଏବଂ ଏକ ପ୍ରସାଧନ ସାମଗ୍ରୀ ଦୋକାନ ଅଧିକମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି । ବହୁ ସାମଗ୍ରୀ ପୋଡି ନଷ୍ଟ ହୋଇଥିବା ଜଣାପଡିଛି। ବର୍ତ୍ତମାନ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇଥିବା ସୂଚନା ମିଳିଛି । କିନ୍ତୁ କେତେ ମତ୍ରାରେ କ୍ଷୟକ୍ଷତି ହୋଇଛି ତାହା ଆକଳନ ହୋଇପାରିନାହିଁ ।

 

 

Tags: