ଜଳବନ୍ଦୀ ମୁକାବିଲା ପାଇଁ ପ୍ରସ୍ତୁତ ଅଗ୍ନିଶମ ବିଭାଗ

ଜଳବନ୍ଦୀ ମୁକାବିଲା ପାଇଁ ପ୍ରସ୍ତୁତ ଅଗ୍ନିଶମ ବିଭାଗ
Samaya Live News Picture
Published On

ଭୁବନେଶ୍ୱର : ଲଘୁଚାପ ଜନିତ ବର୍ଷାକୁ ନେଇ ଅଗ୍ନିଶମ ବିଭାଗର ପ୍ରସ୍ତୁତି । ଲଘୁଚାପ ଜନିତ ପ୍ରବଳ ବର୍ଷା, ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ଅଗ୍ନିଶମ ବାହିନୀକୁ ହାଇ ଆଲର୍ଟରେ ରଖାଯାଇଛି । ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶରେ ଗତକାଲି ଆଇଜି ଉମାଶଙ୍କର ଦାଶ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରି ଉଦ୍ଧାରକାରୀ ଦଳଙ୍କୁ ‘ହାଇଆଲର୍ଟ’ରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ସମସ୍ତ ଅଗ୍ନିଶମ କେନ୍ଦ୍ର ଏବେ ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ ରହିବ । ସ୍ଥାନୀୟ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ଯେକୌଣସି ଜରୁରୀ ସ୍ଥିତିରେ ତୁରନ୍ତ ଉଦ୍ଧାର କାର୍ଯ୍ୟ କରିବାକୁ ବିଭାଗ ପ୍ରତିଶ୍ରୁତିବଦ୍ଧ ।

ତିନୋଟି ରେଞ୍ଜରେ ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଛନ୍ତି । ବନ୍ୟା ପାଣିରୁ ଉଦ୍ଧାର ପାଇଁ ୩୨୪ ଟି ବୋଟ ରଖାଯାଇଛି । ଏହାସହିତ ୩,୧୪୩ ଲାଇଭ ଜ୍ୟାକେଟ ଏବଂ ୨, ୭୧୨ ଉଦ୍ଧାରକାରୀ ମୁତୟନ ରହିଛନ୍ତି । ତଳିଆ ଅଞ୍ଚଳରେ, ଜଳ ନିଷ୍କାସନ ଲାଗି ୯୫୨ଟି ପମ୍ପ ରହିଛି । ପ୍ରବଳ ବର୍ଷା ଯୋଗୁଁ ଘର ଭୁଷୁଡ଼ିବା ଏବଂ ଗଛ ଉପୁଡ଼ିବା ଘଟଣାର ମୁକାବିଲା ପାଇଁ ଅଗ୍ନିଶମ ଟିମ୍ ବିଭିନ୍ନ ଯନ୍ତ୍ରାଂଶ ସହିତ ପ୍ରସ୍ତୁତିକୁ ଚୂଡ଼ାନ୍ତ କରିଛି । ଲଘୁଚାପ ଜନିତ ବର୍ଷାକୁ ଆଖିରେ ରଖି ଅଗ୍ନିଶମ ଡିଜି ଏବଂ ଆଇଜି ସ୍ତରରେ ଗୁରୁତ୍ୱପୂର୍ଣ୍ଣ ବୈଠକ କରି ପ୍ରସ୍ତୁତି ଜୋରଦାର କରାଯାଇଛି ।

Tags: