ଯାତ୍ରୀବାହୀ ବସରେ ଅଗ୍ନିକାଣ୍ଡ, ୪୦ ଯାତ୍ରୀଙ୍କ ସହ ଅଳ୍ପକେ ବର୍ତ୍ତୀଲେ ବିଧାୟକ
ମାଲକାନଗିରି : ଯାତ୍ରୀବାହୀ ବସରେ ଭୟଙ୍କର ଅଗ୍ନିକାଣ୍ଡ । ୪୦ ଯାତ୍ରୀଙ୍କ ସହ ଅଳ୍ପକେ ବର୍ତ୍ତୀଲେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରୁ ନୀଳକଣ୍ଠେଶ୍ଵର ନାମକ ଏକ ଘରୋଇ ଯାତ୍ରୀବାହୀ ବସ ମାଲକାନଗିରି ଅଭିମୁଖେ ଯାତ୍ରା କରୁଥିଲା । ତେବେ ରାତି ୩ଟା ପାଖାପାଖି ସମୟରେ ଆନ୍ଧ୍ରପ୍ରଦେଶର ରାମଭଦ୍ରପୁରମ ନିକଟରେ ହଠାତ୍ ବସ୍ ଟିରେ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡରେ ବସ୍ ଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି । ଡ୍ରାଇଭରଙ୍କୁ ଉପସ୍ଥିତ ବୁଦ୍ଧି ଯୋଗୁଁ ସେ ବସଟିକୁ ରାସ୍ତା କଡ଼କୁ ନେଇଯାଇ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଓହ୍ଲାଇ ଦେଇଥିଲେ । ଯାତ୍ରୀଙ୍କୁ ସେଠାରୁ “Asian Smile” ନାମକ ଆଉ ଏକ ବସ୍ ରେ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିଲା । ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି ।
Tags:




