ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଅଗ୍ନିକାଣ୍ଡ
ସୁନ୍ଦରଗଡ଼ : ସୁନ୍ଦରଗଡ଼ ମୁଖ୍ୟ ଡାକଘର ସମ୍ମୁଖରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଶାଖାରେ ଭୟଙ୍କର ଅଗ୍ନିକାଣ୍ଡ । ଆଜି ସକାଳ ପ୍ରାୟ ୮ଟା ବେଳେ ଅଗ୍ନିକାଣ୍ଡ ଘଟିଥିଲା । ପ୍ରାଥମିକ ରିପୋର୍ଟ ଅନୁସାରେ ଇଲେକ୍ଟ୍ରିକ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି ।
ଏହି ଦୁର୍ଘଟଣାରେ ବ୍ୟାଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ଦସ୍ତାବିଜ ଏବଂ ଆସବାବପତ୍ର ଜଳି ନଷ୍ଟ ହୋଇଯାଇଛି । ତେବେ ସକାଳ ସମୟରେ ବ୍ୟାଙ୍କ ବନ୍ଦ ଥିବାରୁ କୌଣସି ବଡ଼ ଅଘଟଣକୁ ଏଡାଇ ଦିଆଯାଇଛି । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।
Tags:




