ଔଷଧ କମ୍ପାନୀରେ ଅଗ୍ନିକାଣ୍ଡ

ହାଇକୋର୍ଟ ସାମ୍ନାରେ ଜଳି ଗଲା ଏକାଧିକ ଗାଡି

ଔଷଧ କମ୍ପାନୀରେ ଅଗ୍ନିକାଣ୍ଡ
Samaya Live News Picture
Published On

ଭୁବନେଶ୍ୱର : ନିଆଁ ଲାଗି ଜଳିଗଲା ଔଷଧ କମ୍ପାନୀର ଗୋଦାମ ଘର । ଭୁବନେଶ୍ୱର ମଞ୍ଚେଶ୍ବରରେ ଥିବା ଏକ ଔଷଧ କମ୍ପାନୀରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ଏକ ଇଲେକ୍ଟ୍ରିକ ଗାଡିର ବ୍ୟାଟେରୀ ଚାର୍ଜରେ ବସିଥିବାବେଳେ ଏଥିରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । 

ସେପଟେ, ଓଡିଶା ହାଇକୋର୍ଟ ଆଗରେ ଏକାଧିକ ଗାଡିରେ ନିଆଁ ଲାଗିଥିବା ସୂଚନା ମିଳିଛି । ଜଣେ ଆଇନଜୀବୀଙ୍କ ବାଇକ ସହ ଗୋଟିଏ ସ୍କର୍ପିଓ, ସ୍କୁଟର ଏବଂ ଦୁଇଟି ଇଭି ଗାଡି ହୁତହୁତ୍ ହୋଇ ଜଳିଯାଇଛି । ତେବେ କିଭଳି ଏବଂ କେଉଁ ପରିସ୍ଥିତିରେ ଏଭଳି ଅଘଟଣ ଘଟିଛି , ତାହା ବର୍ତ୍ତମାନ୍ ପର୍ଯ୍ୟନ୍ତ ଜଣାପଡିନାହିଁ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।  

ଶେଷ ସୂଚନା ଅନୁସାରେ , ହାଇକୋର୍ଟ ସାମ୍ନାରେ ଗାଡି ପୋଡି ଘଟଣାରେ ଜଣେ ମହିଳାଙ୍କ ସମ୍ପୃକ୍ତି ଥିବା ଜଣା ପଡିଛି । ସିସିଟିଭି ଚିତ୍ର ଅନୁସାରେ ମହିଳା ଜଣକ ଗାଡ଼ିରେ ନିଆଁ ଲଗାଉଥିବା ଦେଖା ଯାଇଥିଲା । ମହିଳାଙ୍କୁ ଧରିଛି ଲାଲବାଗ ଥାନା ପୋଲିସ । ଥାନାରେ ମହିଳା ଜଣକ ଗାଡ଼ିରେ ନିଆଁ ଲଗାଇଥିବା କଥା ସ୍ୱୀକାର କରିଛନ୍ତି । ତେବେ କାହିଁକି ଗାଡ଼ିରେ ନିଆଁ ଲଗାଇଛନ୍ତି ସେ ନେଇ କୌଣସି ସଠିକ ଉତ୍ତର ଦେଇ ନାହାନ୍ତି ।

Tags: