ଝାରସୁଗୁଡା ଜିଲ୍ଲା ରେଳଷ୍ଟେସନରେ ନିଆଁ

ଝାରସୁଗୁଡା ଜିଲ୍ଲା ରେଳଷ୍ଟେସନରେ ନିଆଁ

ଝାରସୁଗୁଡା : ଝାରସୁଗୁଡା ରେଲଓ୍ବେ ଷ୍ଟସନରେ ଭୟାବହ ଅଗ୍ନିକାଣ୍ଡ । ପୁରା ପ୍ଲାଟଫର୍ମ ପରିସର କଳାଧୂଆଁରେ ଭରି ଯାଇଥିଲା । ହଠାତ ଧୂଆଁ ଦେଖି ଷ୍ଟେସନ ପରିସରରେ ଉପସ୍ଥିତ ଥିବା ଲୋକେ ଭୟରେ ବାହାରକୁ ଦୌଡି ଆସିଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି। ଭୟଭୀତ ନହେବା ପାଇଁ ରେଳ ବିଭାଗ ପକ୍ଷରୁ ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି । ଏସି ସର୍ଟ ସର୍କିଟ ହୋଇ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଷ୍ଟେସନ ମାଷ୍ଟର୍ସଙ୍କ କ୍ୟାବିନ ସହିତ ବିଭିନ କ୍ୟାବିନରେ ଲାଗିଛି ନିଆଁ । ୧ ନମ୍ବର ପ୍ଲାଟଫର୍ମକୁ ଯିବାପାଇଁ ଯାତ୍ରୀଙ୍କୁ ବାରଣ କରାଯାଇଛି । ଅଟକି ରହିଛି ଇସ୍ପାତ ଏକ୍ସପ୍ରେସ । ସେହିପରି ଝାରସୁଗୁଡା ଆସୁଥିବା ଟ୍ରେନ ଗୁଡିକୁ ବିଭିନ୍ନ ସ୍ଥାନରେ ଅଟକ ରଖାଯାଇଛି ।

ସମ୍ବନ୍ଧିତ ଖବର ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ

 

ସମ୍ବନ୍ଧିତ ଖବର  ୬ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

ସମ୍ବନ୍ଧିତ ଖବର ରାଜନୀତିର ରଙ୍ଗ ସବୁବେଳେ ଭଲ - ମନମୋହନ

 

Tags: