କିଏ କେଉଁଠି କରିବେ ପତାକା ଉତ୍ତୋଳନ ଜାଣନ୍ତୁ
ଭୁବନେଶ୍ବର : ଆଉ ମାତ୍ର କିଛି ଦିନ ପରେ ଦେଶ ପାଳନ କରିବାକୁ ଯାଉଛି ୭୭ ତମ ସାଧାରଣତନ୍ତ୍ର ଦିବସ । ଏହି ଦିନରେ ରାଜ୍ୟ ପ୍ରାୟ ସମସ୍ତ ଜିଲ୍ଲା ସମେତ ରାଜଧାନୀ ଭୁବନେଶ୍ବରରେ ହେବ ପତାକା ଉତ୍ତୋଳନ । ଏହି ଅବସରରେ କେଉଁ ମନ୍ତ୍ରୀ କେଉଁଠି ଉପସ୍ଥିତ ରହିବେ ଜାଣନ୍ତୁ :
ଭୁବନେଶ୍ବରରେ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳନ ହେବ। ମହାତ୍ମାଗାନ୍ଧି ମାର୍ଗରେ ମହାମହିମ ରାଜ୍ୟପାଳ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଜାତୀୟ ପତାକା ଉତ୍ତୋଳନ କରିବେ। କଟକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କୋରାପୁଟରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଖୋର୍ଦ୍ଧାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପୁରୀରେ ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ, ବରଗଡ଼ରେ ମନ୍ତ୍ରୀ ରବି ନାୟକ, ରାୟଗଡ଼ାରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, କେନ୍ଦୁଝରରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଢେଙ୍କାନାଳରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, କନ୍ଧମାଳରେ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ମାଲକାନଗିରିରେ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଭଦ୍ରକରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, କଳାହାଣ୍ଡିରେ ମନ୍ତ୍ରୀ ଗଣେଷ ରାମ ସିଂହଖୁଣ୍ଟିଆ, ନୟାଗଡ଼ରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସମ୍ବଲପୁରରେ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ବାଲେଶ୍ୱରରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବୌଦ୍ଧରେ ମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ୱାଇଁ ପତ୍ତାକା ଉତ୍ତୋଳନ କରିବେ ।



